ଜାଳି ଦେବା ଦୀପ ଟିଏ
ଜାଳି ଦେବା ଦୀପ ଟିଏ


ମାଟି ଦୀପ ଟି ରେ ମନର ବଳିତା
ଆଖି ଜଳ କରି ତେଲ
ହୃଦୟ ଚଉରା ମୂଳେ ଜ୍ଞାନ ଦୀପ
ଜାଳିବାଟା ଅତି ଭଲ l
ବରଷା ସୁରୁଜ ଠାରୁ ସପ୍ତ ରଙ୍ଗ
ଆଣି ରଙ୍ଗୋଲି ସଯାଅ
ଶରୀର ମଧ୍ୟ ରୁ ଅନ୍ଧକାର ଟାଣି
ଜ୍ଞାନାଲୋକ କୁ ଜଳାଅ l
ଇନ୍ଦ୍ରୀୟ ମାନଙ୍କୁ ମିଠାରେ ସନ୍ତୁଷ୍ଟ
ସୁନ୍ଦର ବାର୍ତ୍ତା ରେ ମୋହ
ପଚିଶ ପ୍ରକୃତି ସାଙ୍ଗରେ ଧରିଣ
ବାଣ ତୁ ଫୁଟାଉ ଥାଅ l
ଷଡ଼ ରିପୁ ଙ୍କୁ ତୁ ବାଣରେ ନିଧନ
କରିପାରିଲେ ରେ ଧନ
ଜ୍ଞାନର ଆଲୋକ ଶରୀରେ ଜଳିବ
ହଟିଯିବ ତ ଅଜ୍ଞାନ l
ରାବଣ ନିଧନ ରାମ ଆଗମନ
ସତେ କି ନାରୀ ସୁରକ୍ଷା
ଇନ୍ଦ୍ରୀୟ ଲାଳସା ସମ୍ପୂର୍ଣ ହୋଇଲେ
ନପାଇବେ ନାରୀ ରକ୍ଷା l
ଶ୍ରଦ୍ଧାରେ ନୈବେଦ୍ୟ ବାଢି ଦିଅ ଥରେ ପିତୃ ଲୋକ ହେବେ ତୋଷ
ଆତ୍ମାର ଉନ୍ନତି କରିବା ଲକ୍ଷ୍ୟରେ
ସର୍ବଦା ହୁଅ ଚେଷ୍ଟିତ l
ନିଜର ଉନ୍ନତି ସମାଜ ଉନ୍ନତି
ନିମିତ୍ତ ବଳାଅ ମନ
ସତ ପଥରେ ଚାଲି ନାରୀର ସୁରକ୍ଷା
ପାଇଁ ଟିକେ ଦିଅ ଧ୍ୟାନ l
ବାହ୍ୟ ଆଲୋକରେ ପୋକଯୋକ ନାଶ ଅନ୍ତର ଆଲୋକେ ରିପୁ
ଆସ ମିଳିମିଶି ଦୀପ ଜାଳିଦେବା
ଭିତର ବାହାର ଦିଶୁ l