ବିଦାୟ ସ୍ୱାଗତ ସଂଗୀତ
ବିଦାୟ ସ୍ୱାଗତ ସଂଗୀତ
କେତେ ଘଟଣା ଓ ଦୁର୍ଘଟଣା ନେଇ
ଯାଉଛି ପୁରୁଣା ବର୍ଷ
ତାହାକୁ ବିଦାୟ ଦେବା ସର୍ବେ ଆସ
ମନେ ହୋଇଣ ହରସ l
ମଣିପୁର ଭୁକମ୍ପ କୁ ଦେଖିଥିଲେ
ଛାତି ଉଠିଥିବ ଥରି
ବାହାରେଗା ଟ୍ରେନ ଦୁର୍ଘଟଣା କଥା
କେବେ ନହେବ ପାସୋରି l
ଝଡ଼ ଓ ତୋଫାନ ବାତ୍ୟା ତ କେବେବି
ଛାଡ଼ୁନି ଆମର ଦେଶ
ରୁଷ ଯୁକ୍ରେନ ଯୁଦ୍ଧ୍ୟ ବିଭିଷିକା
ବିଶ୍ୱକୁ କ୍ଷତି କାରକ l
ହଟି ଯାଇଥିବା କରୋନା ରୋଗଟି
ପୁଣି ମୁଣ୍ଡ ଟେକି ଉଠେ
ଟର୍ନେଲ ରୁ ଉଦ୍ଧରିଲା ଶିଶୁ କନ୍ୟା
ଜଗତ ଜନଙ୍କ ହିତେ l
ରାମ ମନ୍ଦିର ଟି ତିଆରି ସରିଲା
ବହୁ ଦିନର ଆକାଂକ୍ଷା
ଚନ୍ଦ୍ର ମଣ୍ଡଳ କୁ ଯାନ ଗଡିଗଲା
ଭାରତ ର ଗର୍ବ ଏକା l
ପାକିସ୍ତାନ କୁ ତ ହରାଇ ଭାରତ
କ୍ରିକେଟ ଖେଳ ରେ ଜିତି
ପଦକ ଆଣିଲା ଏହି କଥା ଜାଣି
ଗର୍ବେ ଫୁଲି ଉଠେ ଛାତି l
ସିନେମା ଜଗତେ ଭାରତୀୟ ମୁଭି
ପ୍ରଥମ ସ୍ଥାନରେ ଗଣା
ଜଗନ୍ନାଥ ଯେଉଁ ଦେଶର ନାୟକ
ସେକି କେବେ ହେବ ଉଣା l
ତେଇସି ଯାଇଣ ଚବିଶ ପ୍ରବେଶ
ତାକୁ ସ୍ୱାଗତ କରିବା
ମଙ୍ଗଳମୟ ତ ମଙ୍ଗଳ କରିଲେ
ଚବିଶ ପାରି ହୋଇବା l
ଅଭିନନ୍ଦନ ଦୁଇ ହଜାର ଚବିଶ
ସୁସମ୍ଭାରେ ତୁମେ ଆସ
ହସାଇ ରସାଇ ମଜାଇ ସଭିଙ୍କୁ
ଆନନ୍ଦ ରେ କର ବାସ l
ଆସିଛି ତ ଯିଏ ଜିବଭାରୀ ସିଏ
ଏତ ସଂସାର ନିୟମ
ପରିବର୍ତନ ତ ସବୁଥିରେ ଅଛି
ଏଥିରେ ନଥାଏ ଭିନ୍ନ l
କେତେ ସ୍ୱାଗତ ରେ ଆସିଥିଲା ଥରେ
ଏହି ତେଇସି ମସିହା
ଆଜି ଲୀନ ହୁଏ କାଳ ର କରାଳେ
ଏତ ସଂସାରର ମାୟା l
ଅଭିନନ୍ଦନ ହେ ନୂତନ ବରଷ
ସ୍ୱାଗତ କରେ ତୁମକୁ
ବାର ମାସ ସୁରୁଖୁରୁରେ ବିତାଇ
ଯାଅ ଗନ୍ତବ୍ୟ ସ୍ଥଳକୁ l
ସୁଖ ଶାନ୍ତି ଆଉ ସମୃଦ୍ଧି କୁ ଆଣି
ଆନନ୍ଦରେ କର ବିଜେ
ଭାଇ ଚାରା ସୃଷ୍ଟି କରି ଦିଅ ବିଶ୍ୱେ
ଜଗନ୍ନାଥ ଙ୍କ ଆସିଷେ l
ଜଗତର ନାଥ ଆହେ ଜଗନ୍ନାଥ
ଚବିଶକୁ ହୁଅ ସାହା
ଅତି ସୁରୁଖୁରୁ ହୋଇ ବିତିଯାଉ
ତୋ ସୃଷ୍ଟିକୁ କର ଦୟା ।
