ଓଡ଼ିଆ ମୋ ପରିଚୟ ମୋ ମାତୃଭାଷା
ଓଡ଼ିଆ ମୋ ପରିଚୟ ମୋ ମାତୃଭାଷା
1 min
4
ଓଡ଼ିଆ ମୋ ପରିଚୟ
ଏ ଭାଷାର ସ୍ୱାଦ କେଉଁଠି ମିଳେନା
ଯେତେ ରାଜ୍ୟ କର ଜୟ l
ଏ ଭାଷା ଲାଳିତ୍ୟ ମିଠା
ଏ ଓଡ଼ିଶାବାସୀ ଯେଉଁଠି ଥିଲେ ବି
ସେଠି ଗଢ଼ନ୍ତି ଏକତା l
ଜଗନ୍ନାଥ ଯାର ନେତା
ସେଇ ଜାତି କେବେ ହାର ମାନିବନି
ଏହାତ ନିଶ୍ଚିତ କଥା l
ନିଶ୍ଚେ ମୋ ଭାଷା ଉଠିବ
ସର୍ବେ ଚେଷ୍ଟା କଲେ ଏକମନ ହୋଇ
ଭାଷା ଜ୍ଞାନ ବଢ଼ିଯିବ l
ଶୁଣ ମୋ ଭଉଣୀ ଭାଇ
ଯିଏ ଯହିଁ ଥାଅ ଯେପରି ବି ଥାଅ
ଭାଷା ନ ଦିଅ ବୁଡ଼ାଇ l
ଜନ୍ମ ମାଟିର ସନ୍ତାନ
ରଖିବାକୁ ସର୍ବେ ଅଣ୍ଟା ଭିଡି ଚାଲ
ରହିଯାଉ ଦେଶ ମାନ l
