ସତ୍ଯ
ସତ୍ଯ
ମୁଁ କେବେ ଚାହିଁ ନ ଥିଲି
ତୁମ ଓଠେ
ମୋ ପାଇଁ ସର୍ମପିତ
ଚେନାଏ ହସ
କାହିଁ ଆଜି
ପ୍ରତିଟି ଲୋତକର ହେବି
ମୁଁ କାରଣ ?
ଚାହିଁ ତ ନ ଥିଲି
ତୁମ ହାତ ଧରି
ଯିବାକୁ
ଗୋଧୂଳିର ପଥେ
କାହିଁ ଆଜି
ତମସାର
ଆଯାତିତ ଏଇ ଆମନ୍ତ୍ରଣ ।
ଭୁଲ ହେଲା ଯାହା ମୋର
ତୁମକୁ ସ୍ୱପ୍ନରେ ଆପଣେଇ ନେଲି
ମନେ ମନେ କଲି
ମନ ଦିଆ ନିଆର
ଲୁଚାଛପା କାରବାର ।
ଭାବନି ତା ବୋଲି
ଏଠି କାହାଣୀ ଶେଷ ,
ଏଇଠି ଭାଜିଲା ସପନ ,
ଯିବାକୁ ତ ହେବ ଏଇ ଆମକୁ
ଆଗାମୀ ର
ସ୍ୱତନ୍ତ୍ର ଦିଗନ୍ତ୍
ଏକା ଏକା ।