Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ମୋ ଦେଶ ବିକାଶ

ମୋ ଦେଶ ବିକାଶ

1 min
192



ମୋ ଦେଶ ବିକାଶ   ଚଢୁଛି ଶିଖର

   ଉଡୁଛି ଉଚ୍ଚ ଆକାଶେ

ଆଖିରେ ତା ସ୍ୱପ୍ନ   ସବୁଜ ସୁନ୍ଦର

   ଝଲସେ ଉଜ୍ଜ୍ୱଳ ଦିଶେ ।


ସ୍ୱସ୍ତିକ ସ୍ୱଚ୍ଛନ୍ଦ   ଜୀବନ ପ୍ରବାହ

   ପ୍ରଗତିର ନନ୍ଦିଘୋଷ

ଚଳେ ବଡ଼ଦାଣ୍ଡେ  ମାନସେ ସୁପଥେ

   ନିରନ୍ତର ନିର୍ନିମେଷ ।


ଉଦ୍ଘୋଷେ ମୋ ଜାତି  ସତ୍ୟ ଶାନ୍ତି ମୈତ୍ରୀ

   ଅହିଂସା ଜୀବନ ମନ୍ତ୍ର

ଧର୍ମ ଅର୍ଥ କାମ   ମୁକ୍ତି ଚଉବର୍ଗ

   ସିଦ୍ଧି ପ୍ରାପ୍ତି ଆମ ଲକ୍ଷ୍ୟ ।


ଦୃଢ଼ ସ୍ଥିତପ୍ରଜ୍ଞ   ଆମ ସୁସଙ୍କଳ୍ପ

   କୁଶଳତା ତତ୍ପରତା

ଅଦ୍ୱିତୀୟ ଆମ   କର୍ମ ସୁକର୍ତ୍ତବ୍ୟ

   ଶ୍ରଦ୍ଧା ନିଷ୍ଠା ପରାକାଷ୍ଠା ।


ସୁସ°ହତ ଶୁଭ   ନାଦ ପଞ୍ଚଜନ୍ୟ

   ଶକ୍ତି କରୁ ଅଭ୍ୟୁଦୟ

ଜାଗୁ ପ୍ରତି ପ୍ରାଣ   ପ୍ରବୃଦ୍ଧ ଭାରତ

   ଜାଗିଉଠୁ ସୁପ୍ତ ସିଂହ ।

     -----



Rate this content
Log in

Similar oriya poem from Inspirational