Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଘେନ ସକାଳର ସଜ ପ୍ରଣାମ

ଘେନ ସକାଳର ସଜ ପ୍ରଣାମ

1 min
159



ହେ ସହସ୍ରା°ଶୁ ସୂର୍ଯ୍ୟ ନାରାୟଣ

ଅରୁଣ ଉଦୀୟମାନ

ଘେନ ସକାଳର ସଜ ପ୍ରଣାମ ମୋ

ସବିନୟ ନିବେଦନ ।


ଏକାଗ୍ର ହେଉ ମୋ ଚିତ୍ତ ମନ ଧ୍ୟାନ

ପ୍ରାଣ ହେଉ ସଞ୍ଜୀବିତ

ହୃଦୟ କମଳ ହେଉ ପ୍ରସ୍ଫୁଟିତ

ସମୁଜ୍ଜ୍ୱଳ ସୁରଭିତ ।


ପ୍ରବହୁ ମଳୟ ଶାନ୍ତି ସୁଧା ନୀର

ହସି ଉଠୁ ସବୁଜିମା

ଭରୁ ଫୁଲ ଫଳେ ରଙ୍ଗ ଆଉ ରସ

ଜୀବନେ ମଧୁ ମୂର୍ଚ୍ଛନା ।


ନିର୍ଝରୁ ମମତା ସେନେହ ସୋହାଗ

ସୁମଧୁର ପ୍ରୀତି ପ୍ରେମ

ଉଲ୍ଲସୁ ପରାଣ ଆନନ୍ଦ ବିଭୋର

ମଗନ ହେଉ ତଲ୍ଲୀନ ।


ସୁକର୍ତ୍ତବ୍ୟ କର୍ମ ହେଉ ଲକ୍ଷ୍ୟ ଧ୍ୟେୟ

ଜୀବନ ହେଉ ସାର୍ଥକ

ଢାଳିଦିଅ ଶୁଭ ମଙ୍ଗଳ ଆଶିଷ

ଆଦିତ୍ୟ ସୁଖଦାୟକ ।



Rate this content
Log in

Similar oriya poem from Inspirational