STORYMIRROR

Kalandi pal

Inspirational

3  

Kalandi pal

Inspirational

ରାଧେ ଶ୍ୟାମ ରାଧେ ଶ୍ୟାମ

ରାଧେ ଶ୍ୟାମ ରାଧେ ଶ୍ୟାମ

1 min
156


ଆଖି ଦେଖି ଦେଲେ ଥରେ ସେ କଳାବଦନ

କାନ ଶୁଣି ଦେଲେ ଥରେ ସେହି ବଂଶୀ ସ୍ୱନ

ସରଗ ମରତେ ଖେଳେ ନୂଆ ଶିହରଣ

ମତୁଆଲା ହୋଇ ଗାଏ ଏକା ତୁମ ନାମ

ରାଧେ ଶ୍ୟାମ ରାଧେ ଶ୍ୟାମ

        ଜୟ ରାଧେ ଶ୍ୟାମ....... ।0।


ମୀରା ହୃଦୟରେ ତୁମେ ରାଧା ପ୍ରୀତି ତୁମେ

ଗୋପୀଙ୍କ ମନରେ ତୁମେ ବଂଶୀ ସ୍ଵନେ ତୁମେ

ଗୋପ ଆକାଶରେ ତୁମେ ପୂର୍ଣ୍ଣିମାର ଜହ୍ନ

ପରଶରେ ଝୁମେ ସଦା ଗୋପ ରାତି ଦିନ

ଯଶୋଦା ମାଆର ତୁମେ ପ୍ରାଣ ଗଣ୍ଠି ଧନ

 ରାଧେ ଶ୍ୟାମ ରାଧେ ଶ୍ୟାମ

           ଜୟ ରାଧେ ଶ୍ୟାମ .... ।।


ଯମୁନା କୂଳରେ ତୁମେ ରାସ କୁଞ୍ଜେ ତୁମେ

ଗୋପାଳ ମେଳରେ ତୁମେ ଗୋବତ୍ସାରେ ବନେ

କଦମ୍ବ ମୂଳରେ ରାଧା ବାହୁ ଛନ୍ଦେ ତୁମେ

ଯୁଗଳ ମୂରତି ଯେହ୍ନେ କ୍ଷଣପ୍ରଭା ଘନେ

ଗୋପ ନଗରୀର ପ୍ରାଣ ତୁମେ ଶ୍ୟାମଘନ

ରାଧେ ଶ୍ୟାମ ରାଧେ ଶ୍ୟାମ

          ଜୟ ରାଧେ ଶ୍ୟାମ........।।


Rate this content
Log in

Similar oriya poem from Inspirational