ମୋ ଚନ୍ଦ୍ରଯାନ
ମୋ ଚନ୍ଦ୍ରଯାନ
ହେ ଚନ୍ଦ୍ର ଯାନ ଚନ୍ଦ୍ର ପୃଷ୍ଠରେ କରକର ଅବତରଣ
ମାନବ ଜାତିର କଲ୍ୟାଣ ନିମନ୍ତେ ଭାରତ କରି ଭିଆଣ
ପଠାଇଛି ଆଜି ଜହ୍ନ ମାମୁଁ ପାସେ ମାମୁଁ କରହେ କଲ୍ୟାଣ
ବାରତା ପଠାଅ ଆମ ଦୂତ ହସ୍ତେ କେମିତି କାଟୁଛ ଦିନ ।
ମାସକରେ ଦିନେ ଦେଖା ମିଳେ ନାହିଁ କେଉଁଠି ରହୁଛ ଯାଇ
ପ୍ରତିପଦା ଠାରୁ ଧୀରେ ଧୀରେ ବଢି ପୂର୍ଣ୍ଣ ରୂପ କୁ ଦେଖାଇ
ଧୀରେ ଧୀରେ ପୁଣି କଟି ଅମାବାସ୍ୟା ମୁହଁକୁ ଦିଅ ଲୁଚାଇ
କେମିତି ଏମିତି ଜାଣିବାକୁ ଆଜି ଦୂତ ଦେଇଛି ପଠାଇ ।
କେଉଁ ଉପାଦାନେ ଗଢା ତୁମେ ମାମୁଁ ଉତ୍ସୁକତା ନୟନରେ
ଅନାଇ ବସିଛି ମାଟି ମାଆ କୋଳେ ଦୂତ ମୋ ତୁମ ପାଖରେ
ବାରତା ଦେବହେ ଅନ୍ଧାର ରାତିର ସହଚର ମୋର ମାମୁଁ
ତୁମରି ବାରତା ପାଇବା ଆଶାରେ ଅନାଇଁଛି ବହୁ ଦିନୁ ।
ଚୁମର ଦକ୍ଷିଣ ମେରୁରେ ମୋ ଦୂତ ବିକ୍ରମ ତ ପହଞ୍ଚିବ
ଆଶା ରଖିଅଛି ମାମୁଁ ହେ ତାହାକୁ ଶୁଭ ସ୍ଵାଗତ କରିବ
ପୃଥିବୀ ପୃଷ୍ଠରୁ ଭାରତ ପ୍ରଥମେ ତୁମ ଦକ୍ଷିଣ ପାର୍ଶ୍ଵରେ
ତ୍ରିରଙ୍ଗା ଉଡାଇ ବିଭୋରେ ଗାଇବ ଜାତୀୟ ସଂଗୀତ ସ୍ଵରେ ।
ଆଜି ସବୁଠାରେ ପୂଜାର୍ଚନା ଦୀପ ଧୂପ ଦେଇ ଶୁଭାଶୁଭ
ମନାସୁ ଅଛନ୍ତି ଭାରତୀୟ ଯେତେ ହେଉହେ ଏହା ସମ୍ଭବ
ଏଠାରୁ ନୂତନ ଅଧ୍ୟାୟର ସୃଷ୍ଟି ଚିରନ୍ତନ ଇତିହାସ
ସାହିତ୍ୟ ବିଜ୍ଞାନେ ଅଭିନବ ଭାବ ରଚିବ ଭାରତ ବର୍ଷ ।