STORYMIRROR

Bijoy Jena

Inspirational Others

3  

Bijoy Jena

Inspirational Others

ଜୀବନରେ କିଛି

ଜୀବନରେ କିଛି

1 min
176

 

ଜୀବନରେ କିଛି ଦୋଷ କରିଥିଲେ

       ଜାଣ ତ ଅଜାଣତରେ

କ୍ଷମିବ ହେ ପ୍ରଭୁ ନୀଳାଚଳ ନାଥ

       ଆଶ୍ରୟ ଦେବ ଅଚିରେ।

ପ୍ରାରବ୍ଧ ର କିଛି ଫଳ ବାକି ଥିଲେ

       ଭୁଞ୍ଜାଇବ ଏ ଜନମେ

ଜନ୍ମ ମୃତ୍ୟୁ ଚକ୍ରେ ଛନ୍ଦିବ ନାହିଁ ହେ

       ଜଗନ୍ନାଥ ସଦା ନମେ ।

ବାର୍ଦ୍ଧକ୍ୟ ର କଷ୍ଟ ଲାଘବ କରିବ

       ତୁମେ କୃଷ୍ଣ ତୁମେ ରାମ

ଦୁଃଖୀ ରଙ୍କି ସେବା କରିବାକୁ ମୋତେ

         ମାଗେ ଭିକ୍ଷା ପ୍ରତି ଦିନ।

ସବୁ ପୁଣ୍ୟ ଫଳ ଅର୍ପଣ କରୁଛି

         ନ ଚାହଇଁ ପ୍ରତିଦାନ

ତୁମେ ଥାଉଁ ଥାଉଁ ନ ଲୋଡ଼େ କାହାକୁ

         ତୁମେ ମୋ ହୃଦ ଚନ୍ଦନ।

ସ୍ୱାର୍ଥପର ଏହି ସଂସାର ଭିତରେ

        ତୁମେ ହିଁ ସତ୍ୟ ସୁନ୍ଦର

ତୁମରି ପ୍ରେମରେ ତୁମରି ସେବାରେ

         ବିତି ଯାଉ ମୋ ଜୀବନ।



Rate this content
Log in

Similar oriya poem from Inspirational