STORYMIRROR

RAJANIKANT CHOUDHURY

Inspirational

3  

RAJANIKANT CHOUDHURY

Inspirational

କୃଷ୍ଣଚୂଡ଼ା

କୃଷ୍ଣଚୂଡ଼ା

1 min
158


କୃଷ୍ଣଚୁଡ଼ା ଗଛମୂଳେ କିଏ ସେ

   ଲାଲ ରଙ୍ଗର ଫୁଲ ଶେଯରେ,,

ଗୁଣୁ ଗୁଣ୍ ଗୀତ ଗାଏ ବସିକି

   ଫୁଲ ପାଖୁଡ଼ାକୁ ଧରି ନାଚେରେ,।।

ଅପରୂପ ସେହି କୃଷ୍ଣଚୂଡ଼ା ସେ

   କେତେ ଆକର୍ଷଣ କରେ ସଭିଙ୍କୁ,,

ଦୂରଦିଗନ୍ତ ସେ ମହକି ଯାଏ

   ଦେଖାଇ ଯେ ତାର ରଙ୍ଗ ରୁପକୁ,।।

ପତ୍ରଟି ତାର ଘନ ଗହଳିଆ

   ଆଶ୍ରୟ ଦିଏ ଯେ କେତେ ବିହଙ୍ଗ 

କବିର କବିତା ଅଟେ ଟା ରୁପ

   ହୋଇଥାଏ ସଭିଙ୍କ ମୋହଭଙ୍ଗ,।।

କୃଷ୍ଣଚୂଡ଼ା ତୋର ନାମଟି ଅଟେ

   ବିରାଟ ଆକାର ତୋର ଯେ କାୟା,,

ଦିନ ରାତି ତୋତେ ଦେଖେ ଯେ ଆଖି

   ଦେଖିଲେ ଥରେ ଚାଲିଯାଏ ମାୟା,।।



Rate this content
Log in

Similar oriya poem from Inspirational