STORYMIRROR

Gyanendriya Dash

Inspirational Others

3  

Gyanendriya Dash

Inspirational Others

ଦେବଦାସୀ

ଦେବଦାସୀ

1 min
173


ଘୁଙ୍ଗୁର ବାନ୍ଧିଲି ପାଦରେ ମୋର,

ଦେବଦାସୀ ହେବି କଳା ଠାକୁର ।।

ଚକାନାୟନଙ୍କୁ ପୂଜିବି ମୁହିଁ,

ଦିବାନିଶି ସେବା କରିବା ପାଇଁ ।।

ହୃଦୟରେ ମୋର ଦୁଃଖୀ ନାଶନ,

ତାଙ୍କପାଇଁ ସିନା ମୋହରି ପ୍ରାଣ ।।

ତୁମ୍ଭ ଅଗଣାରେ ନାଚୁଣ ଥିବି,

ଦେବଦାସୀ ତୁମ୍ଭେ ସର୍ବଦା ସେବି ।।

ଫୁଲଚନ୍ଦନରେ ଦେବି ସଜାଇ,

ଧୂପ ଦୀପ ଦେବି ହେ ଭାବଗ୍ରାହୀ ।।

ତୁଳସୀ ଦୟଣା କି ମନୋହର

ଅନ୍ତରୁ ପୂଜିବି କଳାଠାକୁର ।।

ତୁମ ସେବା କରି ଜୀବନ ଯାଉ,

ଏତିକି କାମନା ହେ ମହାବାହୁ ।।

ଦେବଦାସୀ ମୁଁ ଯେ ତୁମେ ମୋ ପ୍ରଭୁ,

ତୁମେ ମୋ ଦେବତା ତୁମେ ମୋ ସବୁ ।।

ଘୁଙ୍ଗୁର ଶବଦେ ଦେବି କମ୍ପାଇ,

ତୁମ ପାଦପଦ୍ମେ ଅଛି ମୁଁ ଜୀଇଁ ।।

    


Rate this content
Log in

Similar oriya poem from Inspirational