STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଭାଇ ହାତେ ରାକ୍ଷୀ

ଭାଇ ହାତେ ରାକ୍ଷୀ

1 min
185


ସ୍ନେହ ବନ୍ଧନର ଡୋରି ତୋ ପବିତ୍ର ହୃଦୟ କନ୍ଦରର

ସୁଭଦ୍ରା ବାନ୍ଧନ୍ତି ଶ୍ରୀକୃଷ୍ଣ ଙ୍କ ହସ୍ତେ ଶୁଭ ମନାସି ଭାଇର

ସାଧାରଣ ସୂତା ନୁହେଁ ଏହି ରାକ୍ଷୀ ନୁହଁଇ ରେଶମୀ ଡୋର

ସ୍ନେହ ବନ୍ଧନର ଡୋରି ତୋ ପବିତ୍ର ହୃଦୟ କନ୍ଦରର ।।


ନୈସର୍ଗିକ ଏହି ସ୍ଵର୍ଗୀୟ ସମ୍ବନ୍ଧ ଅନାବିଳ ଭାବାନ୍ତର

ଦୃଶ୍ୟେ ଅଭିନୟ ସଂସାର ବନ୍ଦନେ ସଂପର୍କ ଭାଇ ଭଗ୍ନୀର

ଏହି ରାକ୍ଷାସୂତ୍ର ବାନ୍ଧି ଦେଏ ଯାହା ଅଟେ ଜନ୍ମ ଜନ୍ମାନ୍ତର

ନୈସର୍ଗିକ ଏହି ସ୍ଵର୍ଗୀୟ ସମ୍ବନ୍ଧ ଅନାବିଳ ଭାବାନ୍ତର ।।


ପ୍ରଚଳିତ ଆମ ସଂସ୍କୃତି ଲେଖିଲେ ଭାରତୀୟ ରୁଷି ମୁନି

ପରମ୍ପରା ମତେ ପାଳନ ହୁଅଇ ପବିତ୍ର ରକ୍ଷୀ ପୂର୍ଣ୍ଣମୀ 

ବଳଦେବ ଜନ୍ମ ଗୋମାତା ପୁଜନ ବନ୍ଧନ ଭାଇ ଭଉଣୀ

ପ୍ରଚଳିତ ଆମ ସଂସ୍କୃତି ଲେଖିଲେ ଭାରତୀୟ ରୁଷି,ମୁନି ।।


ପ୍ରତି ଘରେ ଘରେ ପୂଜା ପର୍ବ କ୍ଷୀରି ଖେଚୁଡି କାନିକା ପିଠା

ରକ୍ଷୀ ବାନ୍ଧି ଭାଇ ହାତରେ ଭଉଣୀ ଖୁଆଇ ଦିଅଇ ମିଠା ।।



Rate this content
Log in

Similar oriya poem from Inspirational