ପ୍ରେରଣା
ପ୍ରେରଣା
ଜୀବନ ଗୋଟିଏ ଜନ୍ମରେ
ବାରମ୍ବାର ତ ମିଲେନା
ମୋର ନିଜର ବୋଲି
କହିବାର ସାମର୍ଥ୍ୟ ରେ ବି ମୁଁ ହାରୀଗଲି।
ଏଇ "ମୋର" ଶବ୍ଦରେ ଦିନେ
ଅନେକ ଯନ୍ତ୍ରଣା ଥିଲା,
ଗୋଟିଏ ବଦ୍ଧ ପାଗଳୀ ର
ଭ୍ରମ ର ମୋହ ଥିଲା
ଭାଙ୍ଗି ଭାଙ୍ଗି ବଞ୍ଚିବାର ଶ୍ରଦ୍ଧା ଥିଲା
ବାସ୍ ସେତିକି ହିଁ ଶେଷ ଥିଲା।
ପୁଣିଥରେ ବାସ୍ନା ହୋଇ ନିଜ ଭିତରେ
ମହକିବାକୁ ଇଚ୍ଛାହେଲା
ନିଜକୁ ଖୁବ ସମ୍ଭାଳି ନେଲି
ପକ୍ଷୀ ଭଳି ମୁକ୍ତ ହୋଇ
ଆକାଶରେ ପୁଣିଥରେ
ଭଙ୍ଗାଡେଣାରେ ଉଡ଼ିବାକୁ ଚାହିଁଲି
ଜାଣିଛି,
ଜୀବନ ଟା ବୋହିଯିବା ର ମାର୍ଗରେ
ସମୟ ର ଧାରା ଟା ବି ନିଶ୍ଵାସରେ ।
ଅଭୀପ୍ସା ଜିଜ୍ଞାସା ମାନେ କଳରବ କରୁଥିଲେ
ମୃଦଙ୍ଗ ର ତାଳରେ
ପାଦେ ପାଦେ ନୂପୁର ର ଧ୍ୱନି ଥିଲା
ଶବ୍ଦ ହୋଇ ପୁଣିଥରେ
ବାଜିବାକୁ ଚାହିଁଲି।
ମୋ ତୃପ୍ତି ର ଅନ୍ୱେଷଣ ରେ
କ୍ଷୋଭ ର ଆଦ୍ରତା ନ ଥିଲା
ଯାହା ଦାନ ଥିଲା,
ସଂଯୁକ୍ତ ସନ୍ତୁଷ୍ଟି ଟିଏ ବି ଥିଲା।
ନିଜେ ହିଁ ନିଜର ଅସ୍ତିତ୍ବ ଭିତରେ
ଆସ୍ଫ।ଳନର ଆୟତନ ନିମିତ୍ତ ଭିତରେ
ପ୍ରବର୍ତ୍ତନା ଟେ ବାଟକାଟି ଚାଲିଯାଇଥିଲା।
ଗଲାବେଳେ ପଦେ ମଧୁକଥା
କହିଦେଇଥିଲା,
ସରଳତା ହିଁ ଅଦୃଶ୍ୟ ର ଆଶୀର୍ବାଦ ।