Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ସୁନା ଭଉଣୀର ସୁନେଲି ରାକ୍ଷୀ

ସୁନା ଭଉଣୀର ସୁନେଲି ରାକ୍ଷୀ

1 min
201



ସୁନା ଭଉଣୀଟି ରହିଛି ଚାହିଁ

କେବେ ଆସିବ ସେ ରାକ୍ଷୀ ପୁନେଇଁ ।

ବରଷକେ ଥରେ ରାକ୍ଷୀ ପୁନେଇଁ

ଶ୍ରାବଣର ଶେଷ ଦିନ ଆସଇ ।

ସୁନା ଭଉଣୀଟି ଭାଇ ହାତରେ 

ରାକ୍ଷୀ ବାନ୍ଧିବ ବଡ ଶରଧାରେ ।

ସୁନା ଭଉଣୀର ସୁନେଲି ରାକ୍ଷୀ

ପବିତ୍ର ବନ୍ଧନ ଅମ୍ଳାନ ସାକ୍ଷୀ ।

ରାକ୍ଷୀ ବାନ୍ଧି ମିଠା ଭାଇ ହାତରେ ।

ସିନ୍ଦୂର ଚନ୍ଦନ ଦବ ମଥାରେ 

ଅକ୍ଷତ କୁସୁମ ଦବ ଲଗାଇ ।

ଶୁଭ ମନାସିବ ଭାଇର ସେହି 

ଦୀପ ଜାଳି ବନ୍ଦାପନା କରିବ ।

ଭାଇର ସର୍ବ ସୁଖ ମନାସିବ 

ଭାଇଟି ମୋହର ଭଲରେ ରହୁ ।

ଜଗନ୍ନାଥଙ୍କର କରୁଣା ଥାଉ 

ମନରେ ଭାବେ ସୁଭଦ୍ରା ଭଉଣୀ ।

ନୀଳାଚଳେ ରାକ୍ଷୀ ବାନ୍ଧିବେ ପୁଣି

ଜଗନ୍ନାଥ ବଳରାମଙ୍କ ହାତେ ।

ରାକ୍ଷୀ ସେ ବାନ୍ଧିବେ ହରଷ ଚିତ୍ତେ

ଚକ୍ର ଆଢୁଆଳେ ଚକାନୟନ ।

ରଖିବେ ସୁଭଦ୍ରା ଭଉଣୀ ମାନ

ରାକ୍ଷୀ ନୁହେଁ ଖାଲି ରେଶମ ଡୋରି ।

ମମତା ଏଥିରେ ରହିଛି ପୂରି

ଭାଇ ଭଉଣୀ ପବିତ୍ର ବନ୍ଧନ ।

ରାକ୍ଷୀ ଅଛି ସାକ୍ଷୀ ରାକ୍ଷୀ ଅମ୍ଳାନ

ଭଉଣୀ ସୁରକ୍ଷା ଦେବ ତା ଭାଇ ।

ଏହି କାମନା ଭଉଣୀ କରଇ ।

ଭାଇ ଭଉଣୀ ରହନ୍ତୁ ଭଲରେ ।

କବି ମନେ ଏଇ କାମନା କର

ସାରା ବର୍ଷ ରହୁ ରାକ୍ଷୀର ସ୍ମୃତି ।

ପରମ୍ପରା ଆମ ମହାନ ଅତି ।



Rate this content
Log in

Similar oriya poem from Inspirational