Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ପରକାଳ

ପରକାଳ

1 min
110



ଇହକାଳ ଆଉ ପରକାଳ ବୋଲି

 ସଂସାରେ ବିଶ୍ୱାସ ଥାଏ,

ଗୋଟିଏ ଦୃଶ୍ୟ ଓ ଅନ୍ୟଟି ଅଦୃଶ୍ୟ

କର୍ମ ବଳେ ଭୋଗ ହୁଏ l


ଯେତେ ଦିନ ଯାଏ ବଞ୍ଚିବା ମହୀରେ

ତାହା ଆମ ଇହକାଳ,

ଆତ୍ମା ଚାଲିଗଲେ ପିଣ୍ଡ ଟିକୁ ଛାଡି

ହୋଇଥାଏ ପରକାଳ l


ଦେହ ଭୋଗୁଥାଏ ଇହ କାଳ ସୁଖ

ଆତ୍ମା ଭୋଗେ ପରକାଳେ,

ସୁକର୍ମ କୁକର୍ମ ବିଚାରହୁଅଇ

ଜୀବନ ଯିବାର ବେଳେ l


ଇହକାଳ ଟିକୁ ଭୋଗ କରିଥାଉ

କରିଯାଉ କର୍ମ ମାନ,.

ମରିଗଲା ପରେ ପରକାଳହୁଏ

ବିଚାର କର୍ମର ଜାଣ l


ସୁକର୍ମ ଯୋଗରେ ସ୍ୱର୍ଗ ପ୍ରାପ୍ତି ହୁଏ 

କୁକର୍ମେ ନର୍କ କୁ ଗତି,

କର୍ମ ଫଳ ଆମ ବିଚାର ନିମନ୍ତେ

ପ୍ରଭୁ ତହିଁ ରହିଛନ୍ତି l


ପରକାଳେ ଆମେ ଦଣ୍ଡ ପାଇଥାଉ

ଏଜନ୍ମର ପାପ ପାଇଁ,

. ପାପ ପୁଣ୍ୟ କୁ ବିଚାର କରିଣ

ପୁନଃ ଜନ୍ମ ମିଳିଥାଇ l


ପରକାଳ ଭୁଲି ମାନବ ସମାଜ

କରିଯାନ୍ତି ଅପକର୍ମ,

ଲୋଭ ମୋହ ଗ୍ରସ୍ତ ହୋଇଣ ମନୁଷ୍ୟ 

ନଷ୍ଟ କରେ ଇହ ଜନ୍ମ l


ପରକାଳ ଟିକୁ ସୁଧାରିବାପାଇଁ

ଇହଜନ୍ମ ସୁଧାରିବା,

ସତ୍ୟ ପଥେଆଉ ଧର୍ମ ମାର୍ଗେ ରହି

ଏଜୀବନ କାଟୁଥିବା l



Rate this content
Log in

Similar oriya poem from Inspirational