Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Children

3  

Bishnupriya Panda

Children

ସୁନେଲି କ୍ଷେତ

ସୁନେଲି କ୍ଷେତ

1 min
136



ଶୀତ ଆସିଛି ରେ ଶୀତ ଆସିଛି.

ଥୁରୁ ଥୁରୁ ହାତେ ବାଂକୁଲି ବାଡ଼ିଟା

ହାତରୁ ତ ଗଳି ପଡୁଛି.

ଚୁଲି ଆଉ ନାହିଁ ନିଆଁ ପୋଇବାକୁ

ରୁମ ହିଟର ତ ଲାଗିଛି ।

ଶୀତ ଆସିଛି ରେ ଶୀତ ଆସିଛି.  

ସୁନେଲି କ୍ଷେତ ଟି ଚଷା ଭାଇ ଟିକୁ

ହାତ ଠାରି କରି ଡାକୁଛି

ଦାଆ ଟିଏ ଧରି ଆସ ମୋ ପାଖକୁ

ମୁଁ ପରା ତୁମକୁ ଝୁରୁଛି

ଶୀତ ଆସିଛି

ବିଷ୍ଣୁ ପାଟରାଣୀ ଲଷ୍ମୀ ସାଆନ୍ତାଣୀ

ଧରାବତରଣ କରୁଛି

ଘର ଦ୍ୱାର ସବୁ ଲିପାପୋଛା ହୋଇ

ପ୍ରତି ଘରେ ଝୋଟି ପଡୁଛି

ଶୀତ ଆସିଛି

ଚାଦର କମ୍ବଳ ସୋଏଟର ଆଦି

ଖରା ଟିକେ ଟିକେ ଖୋଜୁଛି

ଅଂଶୁମାନ ତେଜ ଶିଥିଳ ହେଲାଣି,

ଶୀତ ତାପ ରା଼ଜ କରୁଛି

ଶୀତ ଆସୁଛି

ସୋରିଷ ଫୁଲର ସମ୍ଭlରେ ପୃଥିବୀ

ଖିଲି ଖିଲି ହୋଇ ହସୁଛି.

କ୍ଷୀରବ୍ଧି ତନୟା ଗଳାରେ କୁସୁମ

ଝୁଲି ଝୁଲି ଗୀତ ଗାଉଛି.

ଶୀତ ଆସୁଛି

ଧାନ କେଣ୍ଡା କୁହେ,

ମହାଲଷ୍ମୀ ଙ୍କର ସେବାରେ ଲାଗିବି

କାଟି ମେଣ୍ଟା ବାନ୍ଧି ଦିଅଟି.

ସମସ୍ତ ଙ୍କ ମୁଖେ ଦାନା ହୋଇ ଥିବି

କେତେ ପୁଣ୍ୟ ମୋର ଅଛିଟି.

ଶୀତ ଆସିଛି

ଦହି ପଖାଳ କୁ କୋସଳା ଶାଗ ଟା

ମାଆ ପାଇଁ ବାଢି ଦେବଟି.

ମୋ ଆଶା ପୂରଣ ହୋଇଯିବ ଥରେ

ଭୋଗ ଲାଗି ହୋଇ ଗଲେଟି.

ଶୀତ ଆସିଛି ରେ ଶୀତ ଆସିଛି 

କମ୍ବଳ ଚାଦର ସୋଏଟର ଆଦି

ଖରା ଟିକେ ଟିକେ ଖୋଜୁଛି.

ଶୀତ ଆସୁଛି ।



Rate this content
Log in

Similar oriya poem from Children