Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଖାଇବା ଆଗରୁ ଧୋଇବା ହାତ

ଖାଇବା ଆଗରୁ ଧୋଇବା ହାତ

1 min
153


   

ବଦଳି ଯାଇଛି ଚଗଲା କୁନାଟା

କରୁନି ଅଳି ଅଝଟ

ମାଆଙ୍କ କଥାକୁ କରିଛି ସେ ଗଣ୍ଠି

ହେଉ ନାହିଁ ଆଉ ଦୁଷ୍ଟ ।


କହିଛନ୍ତି ମାଆ ବହୁତ ବୁଝାଇ 

ରୋଗର ମୂଳ କାରଣ

ଜୀବାଣୁ ଭୂତାଣୁ ଦିଶେନି ଆଖିକୁ

ଅଟନ୍ତି ବଡ ଭୀଷଣ ।


ରାସ୍ତାରେ ଖୋଲାରେ ବୁଲାଇ ବିକନ୍ତି

ଦହିବରା ଆଳୁଦମ

ମିଠାଇ ଉପରେ ଜମେ ମଧ୍ଯ ଧୂଳି

ଖାଦ୍ଯ ହୁଏ ପ୍ରଦୂଷଣ ।


ମୂଲ୍ଯ ଦେଇ ଆମେ ଖାଆନ୍ତି କିଣିକି

ଶୁଖିଲା ବଜାର ଦ୍ରବ୍ଯ 

ମିଶିଥାଏ ତହିଁ ରସାୟନ ମାନ

ସୃଷ୍ଟି କରେ ନାନା ରୋଗ ।


ଅତି ଆଗ୍ରହରେ ସାଙ୍ଗଙ୍କୁ ଦେଖିକି

ସମ୍ଭାଳୁ ନଥିଲା ମନ

କରୁଥିଲା କୁନା ଅଳି ଓ ଅଝଟ

ଲୋଭେ ହୋଇ ଛନଛନ।

 

ହାତକୁ ନଧୋଇ ଦେଉଥିଲା ଖାଇ 

ମଜାଦାର ଚଟାପଟ

ଜ୍ବର ଓ ଝାଡାରେ ହୋଇଲା ପୀଡିତ 

କଷ୍ଟେ ହେଲା ଛଟପଟ ।


ନେଲା ସାଲାଇନ ଇଞ୍ଜେକ୍ସନ ପୁଣି

ଖାଇଲା ନୀତି ବଟିକା

ଧୀରେ ଧୀରେ ସିଏ ହୋଇଲା ଆରୋଗ୍ଯ 

ସାତଦିନ ପରେ ଏକା ।


ଆସିଗଲା ପୁଣି ରୋଗ ମହାମାରୀ

କୋଭିଡ ତାହାର ନାମ

ବାହାରକୁ ଯିବା ହୋଇଲା ବାରଣ

ସ୍କୁଲ ହୋଇଗଲା ବନ୍ଦ ।


ନକରି ଗହଳି ଦୂରତା ରକ୍ଷାକୁ

ସଭିଏଁ ଦେଲେ ଗୁରୁତ୍ବ

ଛିଙ୍କ ଆଉ କାଶ କରିବାକୁ ରୋଧ

ମୁହଁରେ ବାନ୍ଧିଲେ ମାସ୍କ ।


କରାଳ ସ୍ବରୂପ ବଡ ଭୟଙ୍କର

ମହାମାରୀ ରୋଗ ଦାଉ

ନିଜ ସହ କ୍ଷତି କରଇ ଅନ୍ଯର

ସଂଙ୍କ୍ରାମକ ବଡ ସେହୁ ।


ଦେଖିଅଛି କୁନା ନିଜର ଆଖିରେ

ମହାମାରୀ ବିଭୀଷିକା

ଲଅକ ଡାଉନ ସଅଟ ଡାଉନ

ଲୋକଙ୍କର ଦୁରାବସ୍ଥା ।


ମାଆ କଥା ମାନି ଧୋଉଛି ସେ ହାତ

ଆଗପରି ନୀତିଦିନ 

ସାବୁନ ଲଗାଇ ନ ଧୋଇଲେ ହାତ

ରୁଚେ ନାହିଁ ତାକୁ ଅନ୍ନ ।


ମଇଳା ହାତରେ ନଖର କୋଣରେ

ରୋଗ ଜୀବାଣୁଙ୍କ ବାସ

ହାତକୁ ଧୋଇକି ଆହାର କରିବା

ଅଟେ ଉତ୍ତମ ଅଭ୍ୟାସ ।


ସାଙ୍ଗଙ୍କୁ ବୁଝାଇ କହେ ଏବେ କୁନା

ଆସ ହେବା ସୁନାପିଲା

ଖାଇବା ଆଗରୁ ହାତକୁ ଧୋଇବା

ସ୍ବାସ୍ଥ୍ୟ ହିଁ ସମ୍ପଦ ପରା ।



Rate this content
Log in

Similar oriya poem from Inspirational