Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

3  

Raja Sekhar CH V

Abstract Classics Inspirational

ମହାର୍ହ ମକର ସଙ୍କ୍ରାନ୍ତି

ମହାର୍ହ ମକର ସଙ୍କ୍ରାନ୍ତି

1 min
209



ମହାର୍ହ ମହନୀୟ ଯେ ଉତ୍ତରାୟଣର ପବିତ୍ରକାରୀ ପୁଣ୍ୟକାଳ,

ସରିତ ସରୋବର ସ୍ନାନରେ ଆରମ୍ଭ ହୁଏ ସର୍ବଜନଙ୍କର ସକାଳ,

ନମସ୍କାରପ୍ରିୟ ଶୁଭଙ୍କର ଶ୍ରୀସୁର୍ଯ୍ୟଙ୍କ ମକର ରାଶିକୁ ସଞ୍ଚାର ବେଳ,

ଯାହା ମହତ୍ତର ମହତ୍ତମ ମକର ସଙ୍କ୍ରାନ୍ତିର ଉପଭୋଗ୍ୟ ପରବ ବେଳ |୧|


ବ୍ୟସ୍ତତାପୂର୍ଣ୍ଣ ହୁଏ ନୀଳାଚଳ ନୀଳଶୈଳ ବଡ଼ଦେଉଳ,

ଶ୍ରୀବିଗ୍ରହ ତ୍ରିମୁଣ୍ଡିଙ୍କ ଲାଗି ହୁଏ ମୋହକର ମକରଚୂଳ,

ଶ୍ରୀଜୀଉଙ୍କ ପାଇଁ ମକର ଚୌରାଶୀ ବେଶର ଏ ବେଳ,

ନବାଙ୍କ ମହାନୈବେଦ୍ୟରେ ହୁଏ ସୁସ୍ୱାଦୁ ମକର ଚାଉଳ |୨|


ଅଭିଷେକପ୍ରିୟ ସଦାଶିବ ମହାଦେବଙ୍କ ଅର୍ଚ୍ଚନାର ବେଳ,

ନିଆରା ଯେ ଧବଳେଶ୍ୱର ହଟକେଶ୍ୱରର ମକର ମେଳ,

ନୀଳଗଗନକୁ ରଙ୍ଗବେରଙ୍ଗ କରେ ଅଭିନ୍ନ ପତଙ୍ଗ ଖେଳ,

ଚାଷୀଙ୍କର ଫସଲ ଅମଳକାଳୀନ ଉତ୍ସବର ମଙ୍ଗଳ ବେଳ|୩|


ମାଘ ମାସ ସହ ପ୍ରାରମ୍ଭ ହୁଏ ପ୍ରଖର ସୂର୍ଯ୍ୟର ବେଳ,

ଦିନକୁଦିନ ଯାହା ହେଲା ଦିନ ବକର ହେବାର ବେଳ,

ଅଦ୍ଵିତୀୟ ଆମ୍ବ ପଣସ ବୃକ୍ଷରେ ଧରେ ନିର୍ମଳ ବଉଳ,

ମକର ସଙ୍କ୍ରାନ୍ତିର ପାର୍ବଣ ସମୟରେ ନ ରହୁ ଅନ୍ତରାଳ ।୪ ।



Rate this content
Log in

Similar oriya poem from Abstract