STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ହିରୋ

ହିରୋ

1 min
238

ହିରୋ ପରା ଆମ ସୈନିକ ଭାଇରେ

କରୁଛନ୍ତି ରାଷ୍ଟ୍ର ରକ୍ଷା,

ସମର୍ପଣ ଯହିଁ ଦେଶ ସୁରକ୍ଷାରେ

କରେ ସେହୁ ଆମରକ୍ଷା।


ହିରୋ ପରା ଭାଇ କୃଷକ ଆମର

ପେଟ ପୂର୍ଣ୍ଣି କରେ ସେହୁ,

ଖରା ବର୍ଷା ସହି ଅନ୍ନ ଉତ୍ପାଦନ

ବାସ୍ତବରେ ହିରୋ ସେହୁ।


ହିରୋ ପରା ଆମ ସ୍ବାସ୍ଥକର୍ମୀମାନେ

ସ୍ବସ୍ଥ ଯହିଁ ତାଙ୍କ ଯୋଗୁଁ,

କିପରି ଭୁଲିବା ତାଙ୍କ ଅବଦାନ

ସ୍ବସ୍ଥ କର୍ତ୍ତବ୍ୟର ଯୋଗୁଁ।


କରେ ବୈଜ୍ଞାନିକ ନୂଆ ଆବିଷ୍କାର

ବୈଜ୍ଞାନିକ ଆମ ହିରୋ,

ତାଙ୍କଯୋଗୁଁଯହିଁ ଶକ୍ତିଶାଳୀରାଷ୍ଟ୍ର

ରାଷ୍ଟ୍ରପାଇଁ ସେହୁ ହିରୋ।


ଶିକ୍ଷା ଦିଏ ଗୁରୁ ଶିକ୍ଷକ ଆମର

ଧର୍ମ କର୍ମ ଜ୍ଞାନ ଦିଏ,

ଆଚାରବିଚାର ଶିକ୍ଷକଙ୍କ ଯୋଗୁଁ

ବିଦ୍ୟାଦାନ ଆମ ହୁଏ।


ଆଦର୍ଶ ମନୁଷ୍ୟ ସୃଜନ କରେଟି

ଶିକ୍ଷା ଅଙ୍ଗେ ଭରି ଦିଏ,

ବନ୍ଦନୀୟ ପଦେ ମାର୍ଗଦର୍ଶକ ଙ୍କୁ

ହିରୋ ପରା ଆମ ସିଏ।


ରାଜନେତା ପରା ହିରୋ ପରା ଆମ

ରାଷ୍ଟ୍ର ହୀତେ କାର୍ଯ୍ୟଯାର,

ସ୍ବାର୍ଥନାହିଁତିଳେ ଜନହୀତେକାର୍ଯ୍ୟ

ଗୌରବ ଆଣେ ରାଷ୍ଟ୍ରର।


ଦିନରାତ୍ର ଚିନ୍ତା ଜନ ହୀତ ପାଇଁ

କରେନି ଟି ଛୁଟି ଦିନେ,

ହିରୋହିଁ କହିବା ଗର୍ବିତ ହୋଇଣ

ପାଇଛେ ଏପରି ଜନେ।


ଭଲକାର୍ଯ୍ୟ ଯାର ହିରୋହିଁ କହିବା

ସମ୍ମାନ ଥିବ ତାଙ୍କର,

ଏକତ୍ରିତ ଜନେ ସୁରକ୍ଷିତ ରାଷ୍ଟ୍ର

ଅଟେସେ ହିରୋ ଆମର।


କଳ୍ପନା ଯାହାର ବିଶ୍ବ ଗୁରୁ ପାଇଁ

ହୁଏ ଟି ଆତ୍ମନିର୍ଭର,

ଆତ୍ମନିର୍ଭରଟି ହୋଇଣ ଦେଶରେ

କରେଟି ଅନ୍ୟେ ନିର୍ଭର।


ରାଷ୍ଟ୍ରଭକ୍ତି ପ୍ରୀତି ହୃଦେ ବିରାଜିତ

ହିରୋ କହିବାରେ ତାକୁ,

ମନ୍ତ୍ର ସମଭାବ ହୃଦେ ଅଙ୍କୁରିତ

ଜ୍ଞାନୀ କହିବାରେ ତାକୁ।


ଜନସେବାକରେ ନଥାଏଟି ସ୍ବାର୍ଥ

ସମାଜର ହିରୋ ସେବୁ,

ସଂସ୍କୃତି ରାଷ୍ଟ୍ରର ସୁରକ୍ଷିତ କରେ

ଦେଶର ହିରୋ ଟି ସେହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract