STORYMIRROR

Sarojini Mishra

Abstract

4  

Sarojini Mishra

Abstract

" ଥମି ଯା'ରେ ବର୍ଷା "

" ଥମି ଯା'ରେ ବର୍ଷା "

1 min
310

ବର୍ଷା ତୋତେ ଚାହିଁ ଚାହିଁ

ଗଜା ମରୁଡି ଭିତରେ

ନିରାଶାର ଜାଲ ବୁଣୁ ବୁଣୁ 

ଆଖୁରେ ଆଖିଏ ଲୁହ ନେଇ

ଚାହିଁ ଥିଲା ସେ ଆକାଶକୁ

ପଞ୍ଜରା ଭିତରୁ ବଡ଼ ବଡ଼ ଦୀର୍ଘଶ୍ଵାସ 

ତାକୁ ବ୍ୟତିବ୍ୟସ୍ତ କରୁଥିବାବେଳେ

ଡେରି ହେଉ ପଛେ-

ତୁ ଆସିଲୁ

କୃଷକ ବାପୁଡା ଓଠରେ

ଦିଧାରେ ହସ ଫୁଟାଇ 

ଅଣ୍ଟାରୁ ଖୋଲି ଥିବା ଗାମୁଛାକୁ

ପୁଣି ଅଣ୍ଟା ଆଡେ ନେଇ

ଆଶାର ଗଣ୍ଠି ଟିଏ ପକାଇ

ସ୍ଵପ୍ନ ରାଜ୍ୟରେ ହଜି ଗଲା ।


ହେଲେ,

ତୁ ଆସିଲୁ ଏମିତି

ସତେ ଯେମିତି ଦାଉ ସାଧିବାକୁ

ଅଣ୍ଟା ନଇଁ କ୍ଷେତରେ

ସୁନାର ସ୍ୱପ୍ନ ଦେଖୁ ଦେଖୁ

ତୁ ଭାଙ୍ଗି ଦେଲୁ ତାର ଅଣ୍ଟା 

ଏତେ ପାଣି ଦେଲୁ ଯେ

ଭାସିଗଲା ତାର ସୁନାର ଫସଲ

ଭାଙ୍ଗିଗଲା ତାର ସ୍ଵପ୍ନର ମିନାର

ମଉଳି ଗଲେ ତାର ଆଶାଫୁଲ ମାନେ ।


ସ୍ୱପ୍ନର ଇଲକାରୁ ଲୁହ ଭରା 

ଆଖି ନେଇ

ଘରକୁ ଫେରି ଦେଖିଲା

ନା ଅଛି ଚାଳ

ନା ଅଛି ଚୁଲି

ତୁ ଏମିତି ଦାଉ ସାଧିଲୁ

ଉଜୁଡି ଗଲା କ୍ଷେତ

 ଲୁହ ଜୁଡ଼ୁ ବୁଡୁ ହେଲା

ତାର ସଂସାର ।


ତେଣୁ,

ଥମି ଯାରେ ବର୍ଷା-

ପୁଣି ଫେରି ଆ ତୁ ତୋର

ସେଇ ସ୍ଵାଗତମୟ

ଅସ୍ତିତ୍ଵକୁ ନେଇ ।

ଥମି ଯାରେ ବର୍ଷା-

କ୍ଷେତ କାନ୍ଦୁଛି - 

କାନ୍ଦୁଛି ବି ଚାଷୀ ।

ତୋ ଆଗମନରେ

ଆନନ୍ଦ ବିଭୋର ଶିଶୁ ମାନଙ୍କର ଆନନ୍ଦ

ଆଜି ବନ୍ଦୀ ହୋଇ 

ଖୋଜୁଛି ଛୋଟ ଏକ ଆଶ୍ରୟ

ଥମିଯାରେ ବର୍ଷା-

ତୋ ଉପଦ୍ରବରେ 

ଝାଟି ମାଟି ଘରର ମାଟିମାନେ

ଚାଲିଯିବା ପରେ

ଝାଟି ମାନେ ଚାହିଁ ଛନ୍ତି 

ଅସହାୟ ହୋଇ ।

ଥମି ଯାରେ ବର୍ଷା 

ଥମି ଯାରେ ବର୍ଷା

ତୁ

ଥମି ଯାଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract