STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ମାଆ ମାଟିର ସ୍ଵର

ମାଆ ମାଟିର ସ୍ଵର

1 min
325

   

  ମାଟି ମଣିଷ ର କଥା

   ଆସ କହିବା ମୋ ଭଉଣୀ ଭାଇ

    ମା ମାଟି କଥା ଗାଁ ମାଟି କଥା

    ଆସ ବଖାଣିଣିବା

      ମୋ'ର ଭଉଣୀ ଭାଇ

   ନାହିଁ ଆମ ମଧ୍ୟେ

     କିଛି ପାର୍ଥକ୍ୟ

   ମାଟିର ସ୍ଵର ଆମ ଜାତିର ସ୍ଵର 

    ଆମ ସଭିଙ୍କୁ ଦେବ

     ଆଶା ଭରସା ଅନେକ ।

 

    ମା ମାଟି ପାଇଁ ହେବା

     ଆମେ ସମର୍ପିତ

   ଜାତି ଧର୍ମ ବର୍ଣ୍ଣ ମଧ୍ୟ

     ନ ହେବା ଆମେ ସୀମିତ

   ମା ମାଟି ପାଇଁ ଦେଶ ଜାତି ପାଇଁ

    ଛୁଟାଇବା ଛୁଟାଇବା ଆସ

      ଆସ ଆମ ରୁଧିର

   ଏହି ସଂକଳ୍ପ ନେଇ

    ଗଢି ଉଠୁ ଆମ ମାଟିର ସ୍ଵର ।

  

    ନାହିଁ ଆମ ମଧ୍ୟେ

     କିଛି ଭେଦ ଭାବ

   ଖୋଜୁନା ଆମେ

    ନିଜ ନିଜର ଲାଭ

   ଜାତିର ଏକତା 

     ମାଟି ମାଆ ର ସ୍ଵଚ୍ଛତା

    ଆମ ପାଇଁ ଆଣି ଦେଉ ବାର୍ତ୍ତା ଏକତା ର

     ଏହି ହେଉ ଏହି ହେଉ ଆମ ସଭିଙ୍କ ସ୍ଵର

     ଆମ ମାଟିର ସ୍ଵର ମାଟି ମା'ର ସ୍ଵର ।


    ନାହିଁ ଏଠି ଭାବ ପର ଆପଣାର

    ନାହିଁ ଏଠି ଭେଦ ଉଚ୍ଚ ନୀଚ୍ଚ ର

    ନୁହେଁ କେହି ଏଠି ମାଲିକ

     ନୁହେଁ ଏଠି କେହି ଚାକର

    ସ୍ଵାଧୀନ ଚିନ୍ତା ସ୍ଵାଧୀନ ଚେତନା

     ଆମ ସଭିଙ୍କ ସ୍ଵର

   ମାଟିର ସ୍ଵର ଆମ ମାଆ ମାଟିର ସ୍ଵର।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract