STORYMIRROR

Biswajit Sahoo

Classics

3  

Biswajit Sahoo

Classics

ସନ୍ଧ୍ୟା ଆଳତୀ

ସନ୍ଧ୍ୟା ଆଳତୀ

1 min
230


ଦିନର ଆୟୁଷ ସରି ଆସିଲାଣି,

ପହଞ୍ଚିବ ଏବେ ରାତି,

ସନ୍ଧ୍ୟା ସମୟରେ ଠାକୁରଙ୍କ ଘରେ,

ବୋଉ ଜଳାଇବ ବତୀ।


ବିଶୁ!ବିଶୁ! ବୋଲି ଡାକ ପକାଇଛି,

ହୋଇଯିବ କାଳେ ଡେରି,

ଝୁଣା ଧୂପ ସହ ଆଳତୀ କରିଲେ,

ହୋଇଯିବ ମନ ଭରି।


ପୂରା ପରିବାର ଦୁଇ କର ଯୋଡି,

କରୁଥାନ୍ତି ଆରାଧନା,

ଚାରିଆଡେ ଏବେ ମହମହ ବାସ୍ନା,

ମନ ହୁଏ ଆନମନା।


ଶଙ୍ଖ,ଘଣ୍ଟା ସ୍ବରେ ଘରଟି ଆମର,

ଗୁଞ୍ଜରିତ ହୋଇଉଠେ,

ବୋଉର ହାତରେ ଆଳତୀ ଦାନୀଟି,

ଆଖିରେ ଝଲସି ଉଠେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics