Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ଶରଧା ବାଲିରେ ତିନି ରଥ

ଶରଧା ବାଲିରେ ତିନି ରଥ

1 min
121



ଶରଧା ବାଲିରେ ମୋ କାଳିଆ ଆସିଛି

ବଡ଼ ଦାଣ୍ଡ ଆଜି ଉଛୁଳି ପଡୁଛି

ଶରଧା ବାଲି କେତେ ପୁଣ୍ୟ କରି ଥିଲା

ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ପର୍ଶ ସେ ଲାଭ କରିଲା ।


ଆସ ସଙ୍ଗାତ ବୁଲି ଯିବା ଶ୍ରୀ କ୍ଷେତ୍ରକୁ

ଶରଧା ବାଲି ରେ ଦେଖିବା ତିନି ରଥକୁ

ମନ ଆମ ପବିତ୍ର ହୋଇବ

କାମ କ୍ରୋଧରୁ ମୁକ୍ତି ପାଇବ ।


କେବେ ସେ ଭାଗ୍ୟ ମୋର ହେବ

ଏ ଆଖି ତିନି ରଥ ଦେଖିବ

ଶରଧା ବାଲିରେ ପ୍ରଣାମ କରିବି

ନର ଜନ୍ମରୁ ଉଦ୍ଧାର ହୋଇବି ।


ଶରଧା ବାଲି ରେ ମିଶି ମୁ ଯିବି

ମୋ ଜଗା ବଳିଆକୁ ଆଖି ରେ ଦେଖିବି

ଶରଧା ବାଲି ରେ ତିନି ରଥ ଛୁଇଁବି

ନିଜ ଦୁଃଖ ଭୁଲି କାଳିଆର ଶରଣ ନେବି ।


ଶ୍ରଦ୍ଧା ମଣି ଦେବି ଜଗନ୍ନାଥ ଙ୍କୁ ଡାକିଲେ

ତୁମ ବିନା ବଞ୍ଚି ପାରି ବିନି ସ୍ୱପ୍ନରେ କହିଲେ

ଶ୍ରଦ୍ଧା ମଣି ଦେବିଙ୍କ ଭାବକୁ ଜାଣିଲେ ମହାବାହୁ

ଶ୍ରଦ୍ଧା ମଣି ଦେବିଙ୍କ ଶ୍ରଦ୍ଧାରେ ଶରଧା ବାଲି ଜଗତ ଜାଣି ଥାଉ ।



Rate this content
Log in

Similar oriya poem from Classics