STORYMIRROR

Satyanarayan Sahoo

Classics

3  

Satyanarayan Sahoo

Classics

ଶକ୍ତି ସ୍ୱରୂପିଣୀ ମାଆ

ଶକ୍ତି ସ୍ୱରୂପିଣୀ ମାଆ

1 min
113


ଜୟ ଜୟ ଆଦି ମାତା ଆଶ୍ୱିନ ମାସ ପୂଜିତା

 ହୋଇ ଥାଉ ତୁ ଲୋ ବଳି ଖାଇ

ଦଶ ହରା ପରବ ରେ , ଆନନ୍ଦ ଉଲ୍ଲାସ ଭରେ

 ଜନେ ମାତି ତୋ ସଂତୋଷ ପାଇଁ । ଲୋ ଆଦି ମାତ ।

ଚଣ୍ଡିକା ,ଚଣ୍ଡ ମୁଣ୍ଡ ନାଶିନୀ

ତୁହି ମା ଲୋ ଶକ୍ତି ସ୍ଵରୂପିଣୀ ଲୋ ।୧


ତୁହି ଲୋ ଜଗତ ମାତ , ସବୁ ମାୟା କରୁ ଜାତ

ମାୟା ମୟି ଭାବେ ତୁ ବିଖ୍ୟାତ

ତୋହର ପାର୍ବଣ ଯାତ ପାଳନେ ଯଶ ସଂଯାତ

ଭକ୍ତି ମୟ ଦିବ୍ୟ ଭାବ ଜାତ ଲୋ ଆଦି ମାତ ।

ଜୟ ଜୟ ମହା ଶକ୍ତି ମାତା

ତୁହି ଲୋ ଭକ୍ତ ଉଦ୍ଧାର କର୍ତ୍ତା ଲୋ ।୨


ସଦ ଭାବ ରେ ଚlଳନ କରାଉ ତୁ ଜନ ମନ

ଦେଇ ଥାଉ ନାନା ସହାୟତା

ଶକ୍ତି ସ୍ୱରୂପିଣୀ ମାଆ ଭକତ ତାନ୍ତ୍ରିକେ ଦୟା

କରୁ ଲୋ ତୁ ଦୁଃଖ ସନ୍ତlପ ହର୍ତ୍ତା । ଲୋ ଆଦି ମାତ ।

କରେ ତୋହର ବନ୍ଦନା ମାତ

ବିନାଶ ମୋ ଦୁଃଖ ଶୋକ ଦୂରୀତ ଲୋ ।୩



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics