STORYMIRROR

Aparajita Sarangi

Abstract Classics Inspirational

3  

Aparajita Sarangi

Abstract Classics Inspirational

ଗୁପ୍ତ ଉପାସନା!!

ଗୁପ୍ତ ଉପାସନା!!

1 min
141


ଶାରଦୀୟ ଓଜନିଆ ବିଶେଷାଙ୍କ

ଲେଖିବାର ଏକ ବିଶେଷ ଅଭିଳାଷ କୁ ଧରି

ଅର୍ଜୁନ ତୁଣୀର ଯୋଖିଲା ଭଳି

ଧରି ବସେ ଏକ ନିର୍ଜୀଵ ଲେଖନୀ 

ବୁହାଇବାକୁ ଭକ୍ତିର ସ୍ରୋତ....

ଯଦିଓ ଇଛାର ପାରାବାରେ ଲହଡି ଭାଙ୍ଗନ୍ତି

ଆଶା ପ୍ରତ୍ୟାଶାର ଅଭିଷାର ମାନ

ତଥାପି ମୁଁ ଆଜି ଏତେ ନୀରବ କାହିଁକି

ବୁଝି ପାରେନା ଏ ଅବୁଝା ମନ

ଦଶlନନ କୁ ପରାସ୍ତ କରିବାର ଆକାଂକ୍ଷା କୁ ଧରି

ଦେବାର ପ୍ରଚେଷ୍ଟା କଲ ହେ ରାମଚନ୍ଦ୍ର!

ଚକ୍ଷୁ କମଳ କୁ ତୋଳି

ଦେବୀ ମାଆ ଚରଣ ତଳେ

ଇଚ୍ଛା ପ୍ରାପ୍ତିର ଆନନ୍ଦ ମୁହୂର୍ତ୍ତ

ଥିଲ କି ଭୋଗି

ଯେହେତୁ ଥିଲ ଜନ୍ମିତ ଦୁଃଖ ର ପାହାଡ଼ କୁ ହୃଦରେ ଧରି

ଦ୍ୱାପରେ ସର୍ବସ୍ବ ହରାଇ ବସିଥିଲ

ସ୍ଥାଣୁ ଶରୀର ଧରି

ପଲ୍ଲବ ଦୋଳାରେ ପ୍ରାଣ ଗଲା ବ୍ୟାଧ ଶରେ

ଭାଗ୍ୟ ବିଧାତା ଭାଗ୍ୟକି ନଥିଲା ଜାଣି

ସତେତ ସବୁ ଜାଣି ନ ଜାଣିବାର ଛଳନା କରି

କଷ୍ଟର ଗରଳ ପିଉଥିଲ...

ଅଟେ କିବା ମୋର ଭାଗ୍ୟ ତମ ଅନୁଗାମୀ 

ଦଶl ହରଣ କାରିଣୀ ମାତା

ଆବାହିତ ହୁଏ ପାର୍ବଣ ବେଳାରେ

ଚାହିଁ ମଧ୍ୟ ଜାଳି ନପାରେ

ଆଜି ଏ ପାପିନୀ ଭକ୍ତି ର ଅର୍ଘ୍ୟ

ଅତୀତର ଯନ୍ତ୍ରଣା ର ବେଳାଭୂମିରେ

ବର୍ତ୍ତମାନ ର ବେଦନାକୁ ଚାପି

ଚାଲିବାରେ ପ୍ରୟାସିତ ଯଦିଓ

ମୁଁ ଠିକ ଜାଣେ ଭବିଷ୍ୟତ ଟା ଅନିଶ୍ଚିତ....

ଏ କି ଗୁପ୍ତ ଉପାସନା ମୋର

ମନରେ ରଖି ତମର ପ୍ରତିଛବି

ଅଭିମାନ ଭରା ହୃଦୟ ରେ

ଲେଖିଚାଲେ ମନର କଥା

ଲେଖନୀ ରେ ଭକ୍ତିର ସ୍ୟାହି ଦେଇ

ପୃଷ୍ଠା ପରେ ପୃଷ୍ଠା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract