STORYMIRROR

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ପୁଣ୍ୟ ଭୂମି ମୋ ଭାରତ

ପୁଣ୍ୟ ଭୂମି ମୋ ଭାରତ

1 min
173


ତିନି ପାର୍ଶ୍ୱେ ପୟୋଦଧି ପାଦଧୌତେ ଦିନରାତି

ମସ୍ତକରେ ହିମଗିରି ସଦା ଶୋଭିତ 

ବକ୍ଷଦେଶେ ଗଙ୍ଗାମାତା ଚିରସ୍ରୋତା ପ୍ରବାହିତା

ଧନ୍ୟ ପୁଣ୍ୟ ଭୂମି ଏହି ମୋର ଭାରତ

ଧନ୍ୟ ମୋର ଭାଇ ଭଉଣୀ

ପାଇ ସ୍ବର୍ଣ୍ଣମୟୀ ପୂଜ୍ୟ ଦିବ୍ୟ ଜନନୀ ll


ରାମ, କୃଷ୍ଣ, ବୁଦ୍ଧ, ଜୈନ, କବିର ସନ୍ଥ ଚୈତନ୍ୟ

ଦେବ ଜନ୍ମ ଭୂମି ମୋର ଦେଶ ଭାରତ

ବରପୁତ୍ର ପ୍ରଶବିନି ଦୟା ଧର୍ମ ପ୍ରସାରିଣୀ

ପବିତ୍ର ଭାରତ ଆମ ବିଶ୍ୱେ ବିଖ୍ୟାତ

ସାଜି ବିଶ୍ୱ ଗୁରୁ ଭାରତ

ମାନବତା ଧର୍ମ ବୁଣେ ଦେଖେ ଜଗତ ll


ଶଙ୍ଖକ୍ଷେତ୍ରେ ଜଗନ୍ନାଥ  ରାମେଶ୍ୱର, ବଦ୍ରୀନାଥ

   ଦେବତ୍ୱର ତୀର୍ଥ ସ୍ଥାନ କେଡେ ସୁନ୍ଦର 

ବମ୍ବେ ଦିଲ୍ଲୀ ଜୟପୁର କଲିକତା କାନପୁର

   ଗୋପ ବୃନ୍ଦାବନ କାଶୀ ଭୁବନେଶ୍ୱର

ସରଗପୁର ମୋ ଭାରତ

   ତାହାରି ସନ୍ତାନ ରୂପେ ଆମ୍ଭେ ଗର୍ବିତ ll


ସତ୍ୟ ଧର୍ମ ସଦାଚାରେ ଅହିଂସା ଗାନ୍ଧୀ ମାର୍ଗରେ

   ସ୍ନେହ ଭାତୃତ୍ୱରେ ଦେଶ ବିକାଶ କରେ

ସ୍ଥଳ ଜଳ ଆକାଶରେ ସବୁ ଦେଶ ବିଦେଶରେ

   ପ୍ରଯୁକ୍ତି ବିଜ୍ଞାନ ଜ୍ଞାନେ ସମ୍ମାନ ପାଏ

ମାତୃଭୂମି ମୋର ଭାରତ

   ତାର ସେବାପାଇଁ ମନେ କରିବା ବ୍ରତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics