STORYMIRROR

Nrusingha Narayan Tripathy

Classics Others

3  

Nrusingha Narayan Tripathy

Classics Others

ପାପ ତାପ ହାରୀମୁକୁନ୍ଦ ବିହାରୀ

ପାପ ତାପ ହାରୀମୁକୁନ୍ଦ ବିହାରୀ

1 min
122


ପାପ ତାପ ହାରୀ ମୁକୁନ୍ଦ ମୁରାରୀ

    ଗୋବର୍ଦ୍ଧନ ଗିରିଧାରୀ

କରୁଛୁ ଗୁହାରୀ ଶୁଣ ଦଇତାରୀ

    ଦୁଃଖ କଷ୍ଟ ଦିଅ ହାରୀ ll


ଗୋବିନ୍ଦ ଶ୍ରୀହରି ଶଙ୍ଖଚକ୍ର ଧାରୀ

      ମଧୁସୂଦନ ମୁରାରୀ

ଦିଅ ଭକ୍ତି ଭରି ଜ୍ଞାନ ଦେଇ କରି

     କଲ୍ୟାଣ କର ସବୁରି ll


ଶ୍ରୀ ମନ୍ଦିର ର ଶିରୀ  ପ୍ରଭୁ ବଂଶୀଧାରୀ

      ଶଙ୍ଖକ୍ଷେତ୍ରେ ରହି କରି

ହେ ମଙ୍ଗଳ କାରୀ  ପତିତ ଉଦ୍ଧାରି 

      ମନୋବାଞ୍ଛା ପୂର୍ଣ୍ଣକାରୀ ll


ଭ୍ରାତା ଭଗ୍ନୀ ଧରି  କେତେ ଛନ୍ଦ କରି

      ଭକ୍ତଙ୍କୁ ଡାକୁଛ ଠାରି

କେହି ନୁହେଁ ସରି ପ୍ରଭୁ ତୁମ ପରି

    ଲୀଳାଖେଳା ମନୋହାରୀ ll


ହେ ବିଶ୍ୱ ବିହାରୀ ତୁମ ନାମ ସ୍ମରି

     ସଂସାରୁ ହୋଇବି ପାରି

ନୀଳାଦ୍ରୀ ବିହାରୀ କରୁଣାର ବାରି

     ମଥା ପରେ ପଡ଼ୁ ଝରି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics