STORYMIRROR

Pratima Satpathy

Classics

3  

Pratima Satpathy

Classics

ବିନ୍ଧ୍ୟ ବାସିନୀ ମାଆ

ବିନ୍ଧ୍ୟ ବାସିନୀ ମାଆ

1 min
18


(ରାଗ, ନବାକ୍ଷରୀ)

ବିନ୍ଧ୍ୟ ବାସିନୀ ମାଆ ମୋର 

ତୋ ପାଦେ କୋଟି ନମସ୍କାର।

ଆଶ୍ୱିନମାସେ ତୋର ପୂଜା

ଦିଅନ୍ତି କେତେ ବଳି ଭୋଜା।

ନବ ରାତ୍ରରେ ନଅ ନାମେ

ପୂଜା କରନ୍ତି ଭକ୍ତ ମାନେ।

ନାନା ନାମରେ ତୋର ପୂଜା

ଯାଜପୁରରେ ମା ବିରଜା।

ଝଙ୍କଡେ ତୋ ନାମ ଶାରଳା

ପୁରୀରେ ବୋଲାଉ ବିମଳା।

କଟକରେ କଟକ ଚଣ୍ଡୀ

କୋଣାର୍କରେ ମା ରାମଚଣ୍ଡୀ।

ଗ୍ରାମ ଗ୍ରାମରେ ତୋ ଆସ୍ଥାନ

ଭକ୍ତିରେ ପୂଜିଥାନ୍ତି ଜନ।

ମହୀସା ଅସୁର ନିଧନ 

ମହିସାମର୍ଦ୍ଦିନୀ ତୋ ନାମ।

ନମସ୍ତେ ମା ବିନ୍ଧ୍ୟ ବାସିନୀ

ଚରଣେ କରେ ମୁଁ ଦୟିନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics