ସୁନାବେଶ
ସୁନାବେଶ
ସକଳ ଦେବତାଙ୍କ ରାଜା ଶ୍ରୀଜଗନ୍ନାଥଙ୍କର
ନୀତି ମାନବୀୟ ରୀତିରେ ଅନୁଷ୍ଠିତ
ରାଜକୀୟ ଠାଣି ହିଁ ହୋଇଥାଏ ପରିଲକ୍ଷିତ
ପରମ୍ପରା ବିଧି ବିଧାନ ସହିତ
ସତ୍ୟ ରେ ଆଶ୍ଚର୍ଯ୍ୟ,ତ୍ରେତୟାରେ ଔଦାର୍ଯ୍ୟ ଲୀଳା
କଳିଯୁଗରେ ଐଶ୍ୱର୍ଯ୍ୟ ଲୀଳା କରନ୍ତି
ଶ୍ରୀଜଗନ୍ନାଥଙ୍କ ବିଂଶାଧିକ ବେଶ ହେଉଅଛି
ସୁନାବେଶ କୁ ରାଜାବେଶ କହନ୍ତି
ପ୍ରତିବର୍ଷ ସୁନାବେଶ ପାଞ୍ଚ ଥର ଅନୁଷ୍ଠିତ
ହୁଏ ବିଧି ବିଧାନ ସହିତ
ଜୀଉ ମାନେ ନାନା ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ
ହୋଇଥାଆନ୍ତି ସ୍ୱର୍ଣ୍ଣ ବିଭୂଷିତ
ଆଷାଢ଼ରେ ଶୁକ୍ଳ ଏକାଦଶୀରେ ରଥ ଉପରେ
ସୁନାବେଶ ହୋଇଥାଏ ଆୟୋଜନ
ରଥ ଉପରେ ସୁନାବେଶ ସବୁଠାରୁ ଉତ୍କୃଷ୍ଟ
ଉଜ୍ଜଳ ଆଲୋକେ ବଡ ଆକର୍ଷଣ
ରଥ ଉପରେ ସୁନାବେଶ ବଡ ଚଢଉ ବେଶ
ନାମରେ ବି ଜଣାଶୁଣା ଅଛି ପ୍ରାୟ
ଅଗଣିତ ଭକ୍ତ ଦର୍ଶନ କରନ୍ତି ସୁନାବେଶ
ରଥରେ ସୁନାବେଶ ସବୁରି ପ୍ରିୟ
ଆଶ୍ୱିନ ଶୁକ୍ଳ ଦଶମୀ ବିଜୟା ଦଶମୀ ଦିନ
ସୁନାବେଶ ରହିଛି ବିଧି ବିଧାନ
ଦଶହରା ପର୍ବରେ ସୁନାବେଶ ବା ରାଜବେଶ
ଦର୍ଶନ କରି ଆନନ୍ଦ ହୁଏ ମନ
କାର୍ତ୍ତିକ ପୂର୍ଣ୍ଣମୀ ତଥା ରାସ ପୂର୍ଣ୍ଣମୀ ଦିନ
ରାଜାଧିରାଜ ରୂପେ ସୁନାର ବେଶ
ବିଷ୍ଣୁ ଉପାସନାର ଶ୍ରେଷ୍ଠ ମାସ କାର୍ତ୍ତିକରେ
ଦ୍ଵାରକାଧିଶ ରୂପେ ଶ୍ରୀକୃଷ୍ଣ ବେଶ
ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ରେ ସୁନାବେଶ
ରାଜା ରାମ ରୂପେ ହୁଏ ସୁନାବେଶ
ଶ୍ରୀରାମ ରୂପେ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ ହୁଏ
ଶୌର୍ଯ୍ୟ ବୀର୍ଯ୍ୟ ତେଜ ଅଭିଷେକ ବେଶ
ଫାଲ୍-ଗୁନ ପୂର୍ଣ୍ଣମୀ ବା ଦୋଳ ପୂର୍ଣ୍ଣିମାରେ ହୁଏ
ରତ୍ନ ସିଂହାସନରେ ସୁନାବେଶ
ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଦୋଳ ମଣ୍ଡପେ
ବସନ୍ତ ପୂର୍ଣ୍ଣମୀ ବୋଲି ବସନ୍ତ ରାସ
ସୁନାବେଶ କୁ ରାଜା ବେଶ ବୋଲି କୁହାଯାଏ
ଦୋଳ ପୂର୍ଣ୍ଣମୀର ବେଶକୁ ନାସ୍ତି
ଦୋଳ ଗୋବିନ୍ଦ ବୋଲି ଶାସ୍ତ୍ରରେ ରହିଛି ଉଲ୍ଲେଖ
ଦୋଳ ରେ ଦର୍ଶନ ପୁନର୍ଜନ୍ମ ମୁକ୍ତି
ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ଶ୍ରୀବଳଭଦ୍ର
ତିଳକ,ଶ୍ରୀଭୂଜ,ଶ୍ରୀପୟର,କାନ
ଚନ୍ଦ୍ରସୂର୍ଯ୍ୟ,କିରିଟ,କୁଣ୍ଡଳ,ଚନ୍ଦ୍ରିକା,ଅଳକା
ଆୟୁଧ ହଳ ଓ ମୁଷଳ-ବିଧାନ
ତ୍ରିଖଣ୍ଡିକା,କମରପଟି,ଆଡକାନି,ଓଡ଼ିଆଣି
ବାଘନଖ ମାଳି ଓ ସେବତି ମାଳି
ବାହାଡ଼ା ମାଳି, ଘାଗଡା ମାଳି,କଦମ୍ବ ମାଳି
ଉଣେଇଶି ଅଳଙ୍କାର ଭଳିକି ଭଳି
ସ୍ଵର୍ଣ୍ଣ ଅଳଙ୍କାରରେ ଭୂଷିତ ଶ୍ରୀଜଗନ୍ନାଥ
କିରିଟ,ଶ୍ରୀଭୂଜ,ତିଳକ,କୁଣ୍ଡଳ
ଶ୍ରୀପୟର,ଓଡ଼ିଆଣୀ,ଚନ୍ଦ୍ର ସୂର୍ଯ୍ୟ, ଆଡକାନି
ଝୋବା କଣ୍ଠୀ,ହରିଡା, ବାରାଡ଼ା ମାଳ(ମାଳି)
ଅଳକା,ଚନ୍ଦ୍ରିକା, ଘାଗଡା ମାଳି,କଦମ୍ବ ମାଳି
ତ୍ରିଖଣ୍ଡିକା କମର ପଟି,କାନ
ସ୍ୱର୍ଣ୍ଣ ଚକ୍ର ଆୟୁଧ ଓ ରୌପ୍ୟ ଶଙ୍ଖ,ତାବିଜ-
ମାଳି ସହ କୋଡ଼ିଏ ଟି ଆଭୂଷଣ
ଦେବୀ ସୁଭଦ୍ରା ସ୍ୱର୍ଣ୍ଣ ଅଳଙ୍କାର ରେ ମଣ୍ଡିତ
ଓଡ଼ିଆଣୀ,ଚନ୍ଦ୍ର ସୂର୍ଯ୍ୟ,ସ୍ୱର୍ଣ୍ଣ କାନ
ଘାଗଡ଼ା ମାଳି,କଦମ୍ବ ମାଳି,ତଡ଼ଗି ଦୁଇଟି(ଆୟୁଧ)
ସେବତୀ ମାଳି ,କିରିଟ ମିଶି ଆଠ ଆଭୂଷଣ
ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା ଶ୍ରୀକ୍ଷେତ୍ରେ
ଧନ୍ୟ ତୁମ ସୁନା ବେଶର ବିଧାନ
ଯେତେ ଦେଖୁଥିଲେ ନୂଆ ନୂଆ ପରି ଦିଶୁଥାଏ
ସୁନା ବେଶରେ ଯେବେ ବିରାଜମାନ ।