Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Inspirational Others

3  

Bidyadhar Mantry

Classics Inspirational Others

ଗୁହାରି ପର ପ୍ରବାଦ

ଗୁହାରି ପର ପ୍ରବାଦ

1 min
7



ନିଯୁକ୍ତି ସମସ୍ୟା ଦୁଃଖ ଓ ଅଭାବ

ସମାଧାନ ଆଢ଼ୁଆଳେ 

ମଧ୍ୟସ୍ଥି ରାଜୁତି ପ୍ରାୟ ସମାଜରେ

ଚାଲୁଅଛି ସବୁବେଳେ

ଉପର ହାକିମ ମୁଖିଆ ଶାସକ

ସେବାକାରୀ ପାଖ ଲୋକ

ଅବା ଛତ୍ର ଛାୟା ତଳେ ବିଚରଣ 

କାରୀ ଘଟ ସୁତ୍ର ଲୋକ

ନିରୀହ ଜନତା ବିଶ୍ୱାସ ସହିତ

ଖେଳୁଛନ୍ତି ନିତି ଖେଳ

ମନରେ ଠକାମୀ ଭାବନା ସହିତ

କଥାରେ ସତେ ନିର୍ମଳ ।


ନିର୍ଦ୍ଦିଷ୍ଟ ଅବଧି ପରେ ବୀତସ୍ପୃହ 

ମନରେ ଗୁହାରି ଚିନ୍ତି

ମୁଖ୍ୟ କର୍ତ୍ତା ପାଶେ ଅଭିଯୋଗ କଥା 

କ୍ରମେ ଜାଣଇ ମଧ୍ୟସ୍ଥି

ପୁରୁଣା ପ୍ରବାଦ ଶୁଣାଏ ମଧ୍ୟସ୍ଥି 

ଯାହା ପାଖରେ ଗୁହାରି

ସେ ପରା ଆମର ସ୍ବାମୀ ଓ ଦେବତା

ମନରେ ରହୁ ସବୁରି ।


ଦୁଃଖ ଓ ସମସ୍ୟା ଅବା ଅଭିଯୋଗ

ଗୁହାରି ଆକାରେ ବ୍ୟକ୍ତ

ନିରପେକ୍ଷ ନ୍ୟାୟ ପାଇବା ଆଶାରେ

ମନ ହୁଏ ବିଚଳିତ

ଶାସକ ମୁଖିଆ ନେତା ମୁଖ୍ୟ କର୍ତ୍ତା

ସଦା ବ୍ୟସ୍ତତା ଭିତରେ 

ଗୁହାରି ଶୁଣିବା ଦିନ ଧାର୍ଯ୍ୟ ମାତ୍ର

ନାମକୁ ସୂଚନା ଧାରେ

ସୁଯୋଗ ସହିତ ଚାଟୁକାରୀ ଦଳ

କରି କରେଇବା ଆଳେ 

ଠକାମୀ ର ସୀମା ପାର ହୋଇ ଯାଏ

ସ୍ବାମୀ ସମ୍ବୋଧନ ବଳେ

ଆତ୍ମ ଗର୍ବ ସହ ଶୁଣାଏ ପ୍ରବାଦ

ଯାହାକୁ କର ଗୁହାରି

ସ୍ବାମୀ ବା ଦେବତା ଆସନେ ବସାଇ

ପୂଜ୍ୟ ସିଏ ସର୍ବୋପରି ।


କଳୁଷିତ ଚିନ୍ତାଧାରା ସମାଜରେ 

ସହଜ ରେ ଅନୁମେୟ

ପରିଣତି ବୟସରେ ପିତା ମାତା 

ହେଉଛନ୍ତି ଅସହାୟ

ଶ୍ଵଶୁର ଶାଶୁ ଙ୍କ ଗୁହାରି ଯଦିଓ

ହୁଏ ନିଜ ପୁତ୍ର ପ୍ରତି

ବୋହୁ ସବୁ ଶୁଣି ପ୍ରବାଦ ଧାରାରେ

ଆକ୍ଷେପ କରେ ସମ୍ପ୍ରତି

ନିଜ ପୁତ୍ର ଭାବି ଗୁହାରି କରୁଛ

ବଡ କରି ଛୋଟ କଥା 

ତୁମ ପୁତ୍ର ମୋର ସ୍ବାମୀ ଓ ଦେବତା

କଥା ମୋ ନୁହେଁ ଅନ୍ୟଥା  ।


ଅନ୍ୟାୟ ଦୁର୍ନୀତି ବିରୁଦ୍ଧରେ ସ୍ବର

ସର୍ବଦା ଜାଗ୍ରତ ହେଉ

ସତ୍ୟ ନ୍ୟାୟ ପାଇଁ ଗୁହାରି କରିବା

ପ୍ରଥା ଥିଲା,ରହି ଥାଉ ।


  


Rate this content
Log in

Similar oriya poem from Classics