STORYMIRROR

Dr. Binita Mohapatra

Classics

3  

Dr. Binita Mohapatra

Classics

ସଖୀ କଣ୍ଢେଇ

ସଖୀ କଣ୍ଢେଇ

1 min
183

ମାଆ

ଅନେକ ହଁ ନାହିଁର ଶବ୍ଦ ଭିତରେ

ମୁଁ ତ ପାଲଟିଗଲି

ସଖୀ କଣ୍ଢେଇଟେ

ତମେ ମୋତେ ଯେମିତି ଚାହିଁଲ

ସେମିତି ନାଚିଲି ମୁଁ

ବିନା ଦ୍ୱିଧାରେ, ବିନା ପ୍ରଶ୍ନରେ

ବିନା ପ୍ରତିବାଦରେ

ବାଧ୍ୟ ଶିଶୁଟିଏ ପରି

ମୁହଁରେ କସ୍ ମେଟିକ୍ ବୋଳି

ଦେହକୁ ସଜାଇ

ଯାତ୍ରା ପାର୍ଟୀର ରାଣୀ ଭଳି I


ବରଘର ସାମ୍ନାରେ ନିଜକୁ

ପ୍ରଦର୍ଶିତ କରି

ଏଥର ବି ଫେଲ୍ ମାରିଗଲି

ସମସ୍ତ ଯୋଗ୍ୟତା ଥାଇ

ତମର ଶୁଆ ଭଳି ଘୋଷାଇ ଥିବା

ସମସ୍ତ ପ୍ରଶ୍ନର

ସଠିକ୍ ଜବାବ୍ ଦେଇ

ବାରମ୍ବାର ରଙ୍ଗ ବୋଳି

ନିଜକୁ ସଜାଇବାରେ

ଆଉ କ’ଣ ସରାଗ ଅଛି

ନା ମନ ତଳେ ସେ ପ୍ରେମ ଅଛି

ନା ଅଛି ବୋହୁ ହେବାର ସ୍ୱପ୍ନ

ତଥାପି ଜାଣିନି

ହଁ ନାହିଁର ପ୍ରଶ୍ନ ଭିତରେ

ତମେ ମୋତେ କେତେଦିନ

ବାନ୍ଧି ରଖିବ ଧର୍ମ ସଙ୍କଟରେ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics