ମାର୍ଗଶୀର ମାଣବସା
ମାର୍ଗଶୀର ମାଣବସା
1 min
184
ବର୍ଷ ଭିିତରେ ମାର୍ଗଶୀର
ପବିତ୍ର ପୁଣ୍ୟ ମାସଟିଏ
ଘର ଅଗଣାରୁ ତୁଳସୀ ଚଉରା ଶଅଧି
ଦାଣ୍ଡ ଦୁଆରୁ ଠାକୁର ଘର ଯାଏ
ଚନ୍ଦନ କର୍ପୂର ଘିଅ ଦୀପର ବାସ୍ନା
ଘର ସାରା ଲକ୍ଷ୍ମୀ ପାଦ ଝୋଟି ଚିତା
ରୋଷେଇ ଘରେ କ୍ଷୀରି ପିଠା
ମହ ମହ ବାସୁ ଥାଏ
ସେଇ ଭିତରେ ମୋ ମାଆର
ହଳଦୀ ଗୁରୁ ଦେହ
ଅଳତା ବୋଳା ଲକ୍ଷ୍ମୀ ପାଦ
ଶୁଦ୍ଧ ଶୁକ୍ଳ ଶାଢି
ମଥାରେ ଓଢଣି
ଦେହ ତାର ଅଗୁରୁ ଚନ୍ଦନର ବାସ୍ନା
ମାଆ ଲକ୍ଷ୍ମୀ ମୋ ମାଆ
ଥାକୁ ରାଣି ଠାକୁରାନି
ମୋ ମାଆ ଲାଗେ ।।
