STORYMIRROR

Dr. Binita Mohapatra

Classics Inspirational

4  

Dr. Binita Mohapatra

Classics Inspirational

ନୀରବତାର ସ୍ୱର

ନୀରବତାର ସ୍ୱର

1 min
213

ଟି.ଭି., ଫ୍ରିଜ୍, ହିରୋହୋଣ୍ଡା, କୁଲର୍ ସାଥିରେ

ତମେ ତ ‘ବରୋଲିନ୍’ ଟି ଏ

ଲୁଚାଇ ପଠାଇଲନି ମା

ମୋ ଶାଢ଼ୀ ବାକ୍ସ ଭିତରେ I


ନୂଆ ନୂଆ ରୋଷେଇ ଘରେ

ଚେଙ୍କା ଖାଇ ଭାରି କଷ୍ଟ ହୁଏ

ଶାଶୁ ଘର ଇଣ୍ଡିଆନ୍ ଅଏଲ୍

କିଏ ଜାଣେ କେଉଁ ମୁହୂର୍ତ୍ତରେ 

ନିଆଁ ଲାଗି ଯିବାର ସମ୍ଭାବନା

ଏଇ କବର- ଖାନା ଭିତରେ I


ମୁଁ ତ ଗୋଟାଏ ଜୀଅନ୍ତା ଶବ ପାଲଟିଛି

ଖାଲି ଅପେକ୍ଷା କେବେ ଶ୍ମଶ୍ମାନ ଘାଟକୁ ଯିବ

ସେତକ ବି ତମେ ଜାଣିବନି

ତମେ ଆସିବା ପୂର୍ବରୁ 

ଶବ ଦାହ ସରିଥିବ I


ନାଇଟ୍ କ୍ଲବ୍ ରୁ ଫେରୁଥିବା ସ୍ୱାମୀଙ୍କର 

ମୁହଁରେ ହ୍ୱିସ୍କିର ଗନ୍ଧ 

ତମେ ତ ଚାହୁଁଥିଲ ହାଇ ସୋସାଇଟ୍ ଘର

ଆଉ ତମ ଫରେନ୍ କ୍ୱାଲିଫାଏଡ଼୍ ବର

ତମେ କ’ଣ କେବେ

ବୁଝି ପଚାରି ଥିଲ ମା

ତମ ଝିଅ ଚାହୁଁଥିଲା କ’ଣ ।


Rate this content
Log in

Similar oriya poem from Classics