ଭକ୍ତିର ପାଉଣା ଭରେ !
ଭକ୍ତିର ପାଉଣା ଭରେ !
ନିରଳସ ସଦା କଠୋର ପ୍ରତୀକ୍ଷା କରି
ଶରତ ଯେ ଋତୁ ଧରା ବକ୍ଷେ ପାଦ ଦିଏ
ବରଷକ ବିଚ୍ଛେଦର କଷ୍ଟ ଜ୍ୱାଳା ଢ଼ୋକି
ଦେବୀ ମାଆ ପାଦେ ଭକ୍ତି ଅର୍ଘ୍ୟ ଜାଳି ଡାକେ l
ସବୁଜ ଧରଣୀ ଖିଲି ଖିଲି ହସ ହସି
ମାତା ହୃଦୟର ବାତ୍ସଲ୍ୟ ସ୍ନେହକୁ ବୋଳେ
ଜଗତବାସୀଙ୍କ ମନ କଥା ବୁଝି ଯାଇ
ଦୁର୍ଗା ମାଆ ବେଗେ ଭକ୍ତ ପାଶେ ଉଭା ହୁଏ l
ଧୂପ ଦୀପ ଗନ୍ଧ ଚନ୍ଦନ ନୈବେଦ୍ୟ ସହ
ଢୋଲ ମାର୍ଦଳ ଓ ଶଙ୍ଖର ଶବଦ ଶୁଭେ
ମହିଷାମର୍ଦ୍ଦିନୀ ସିଂହ ବାହନରେ ବସି
ଜଗତର ଦୁଃଖ କଷ୍ଟ ନିବାରଣ କରେ l
ଅତ୍ୟାଚାର ପ୍ରପୀଡ଼ିତ ପୃଥିବୀର ବାସୀ
ଉଦ୍ଧାରିବା ପାଇଁ ମାତା ଆରାଧନେ ଲିପ୍ତ ରହେ
ଅସତ୍ୟ ଉପରେ ସତ୍ୟର ବିଜୟ ଦ୍ୱାହି
ଦେଇ ମାତା ମୋର ଭକ୍ତିର ପାଉଣା ଭରେ l
