STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଶିଦ୍ଧିଦାତ୍ରି

ଶିଦ୍ଧିଦାତ୍ରି

1 min
130


ଶୁଣ ଏବେ ଶୁଦ୍ଧି ଜନହେ ଶିଦ୍ଧିଦାତ୍ରି ଙ୍କ କଥା

ନବରାତ୍ରି ଶେଷ ଦିନରେ ଉଭା ହୁଅନ୍ତି ମାତା ।

ସାଧନାରେ ଶିଦ୍ଧି ଲଭନ୍ତି ଭକ୍ତେ ମାତାଙ୍କୁ ଧ୍ଯାଇ

ସଫଳତା ମିଳେ କରୁଣା କଲେ କରୁଣାମୟୀ।

ଶିଦ୍ଧିଦାତ୍ରିଙ୍କର ସର୍ଜନା ଏହି ସୁନ୍ଦର ସୃଷ୍ଟି

ତାଙ୍କରି ଆଶିଷେ ହସଇ ଏ ସୁନ୍ଦର ପ୍ରକୃତି ।


ଶିବ ଆଉ ପଦ୍ମ ପୁରାଣ ସ୍କନ୍ଦ ମହା ପୁରାଣ

ଦେବୀ ଭାଗବତେ ମାଆଙ୍କ ମହିମା ଯେ ବର୍ଣ୍ଣନ।

ସୃଷ୍ଟି ଆରମ୍ଭରେ ତମସଛନ୍ନ ଥିଲା ଜଗତ

ଜ୍ଯୋତି ରୂପେ ମାଆ ଧରା ରେ ଆସି ହେଲେ ପ୍ରକଟ।

ଜ୍ଯୋତିର୍ମୟୀ ସୃଷ୍ଟି ସର୍ଜନା ପାଇଁ କଳ୍ପନା କଲେ

ତମସା ତୀମିର ବିନାସି ଆଲୋକ ଯେ ଢାଳିଲେ ।


ବ୍ରହ୍ମା ବିଷ୍ଣୁ ମହେଶ୍ୱର ଙ୍କୁ ମାତା କରିଲେ ସୃଷ୍ଟି

ସୃଷ୍ଟି ର ସର୍ଜନା ପାଇଁକି ଦେଲେ ଅମାପ ଶକ୍ତି।

ଜୀବନ ପାଇଁକି ସର୍ଜିଲେ ପୁଣି ମାତୃଶକତି

ଲକ୍ଷ୍ମୀ ସରସ୍ଵତୀ କାଳିକା ଦେବୀ ଦୁର୍ଗା ପାର୍ବତୀ ।

ଶିଦ୍ଧିଦାତ୍ରିଙ୍କର ଦୟାରେ ପରିପୂର୍ଣ୍ଣ ପ୍ରକୃତି

ହସୁଅଛି ପାଣି ପବନ ହସେ ଆକାଶ ମାଟି ।


ଶିଦ୍ଧିଦାତ୍ରି ଆଦିମାତା ସେ ଶିବଙ୍କର ଶକତି

ମହାକାଳ କାଳେଶ୍ବରଙ୍କ ଯହିଁ ହେଲା ଉତ୍ପତ୍ତି।

ଅର୍ଧନାରୀଶ୍ବର ବେଶରେ ତହୁଁ ଶିବ ଶକତି

ଶିଦ୍ଧି ଲଭ ପାଇଁ ସାଧକେ ଭକତି ରେ ପୁଜନ୍ତି।

ଅସୀମ ମହିମାମୟୀ ମା ସୁଷମା ରେ ଶୋଭିତ

ଜୟଜୟ ଗାନ କରଇ ତାଙ୍କ ସାରା ଜଗତ।


ଶିଦ୍ଧିଦାତ୍ରି ଚତୁର୍ଭୁଜା ଗୋ ପଦ୍ମପରେ ଆସିନ

ଶଙ୍ଖ ଚକ୍ର ଗଦା ପଦ୍ମ ଯେ ଚାରି ହାତେ ଧରିଣ ।

ଅସୁର ଗନ୍ଧର୍ବ ଯକ୍ଷ ଯେ ପୁଣି ଦେବତା ଗଣ

ବେଢ଼ି ରହିଥାନ୍ତି ତୁମକୁ ସ୍ତୁତି କରନ୍ତି ଗାନ ।

ତୁମ ଚରଣରେ ମାଆଗୋ ଆମ ଏତିକି ଅଳି

ହସୁ ଏ ମାନବ ଜଗତ ଦିଅ ଆଶିଷ ଢାଳି ।





Rate this content
Log in

Similar oriya poem from Classics