ମାଆ
ମାଆ
କାଶତଣ୍ଡୀ ହସେ
ସକାଳେ ସୁନେଲି ପ୍ରକାଶେ
ଆସ ମାଆ ଦୁର୍ଗା ତୋରଣ ହସେ
ଫୁଲ ଫୁଟି ବାସ ଚହଟେ
ଶରତ ଋତୁର ନିର୍ମଳ ଆକାଶେ
ଘାସ ଫୁଲ ହେଖ ହରଷେ
ମାଆ ଦୁର୍ଗା ତୁମେ କରୁଣାମୟୀ
ଦିଅ ବିତରି ସ୍ନେହ କରୁଣା ହର୍ଷେ
ସିଂହବାହିନୀ ସାତ କଳସ ସ୍ପର୍ଶେ
ଦୁର୍ଗତିନାଶିନୀ ବ୍ରହ୍ମକମଳ ହସେ
ଧରାରେ ସବୁଜିମା ପରଶେ
ନିର୍ମଳ ଆକାଶ ଶୋଭା ବରଷେ
ଇନ୍ଦ୍ରଧନୁଟା କେବେ କେମିତି
ଦେଖାଦେଇ ମାଗେ ମୁଠେ ଆଶିଷେ
ମିଳୁଛି କୈବଲ୍ୟ ନିର୍ମାଲ୍ୟ
ବାକି ଯାହା ଅଛି ଦେବୁ ମାଆ ଭକ୍ତ ଭରସେ
ପାଇ ଆଶିଷ ଆୟୁଷ ନିରୋଗ ରହି ହରଷେ
ବରଷେ ବରଷା ଆସୁ ଯାଉ କାଶତଣ୍ଡୀ
ଝୁଙ୍କାଇ ମୁଣ୍ଡକୁ ନାଚୁ ବର୍ଷକୁ ବର୍ଷେ
ମାଆ ପରଶେ ହୋଇ ହରଷେ
ଶରତ ସକାଳ ଅତୀବ ମନୋହର
ମାଆ ଆସୁଛନ୍ତି ମହିଷାସୁର ନାସି
ଧରା ଉଶ୍ଵାସେ ମନ ମୁନ ଚୈତନ୍ୟ ବିକାଶେ
ସକାଳ ଅର୍ଘ୍ୟ କେତେ ତା ଦର୍ଘ୍ୟ ସାହାସେ
ବୁଦ୍ଧି ବିଦ୍ୟା ଜ୍ଞାନ କୌଶଳ ପ୍ରକାଶେ
ମାଆ ଗୋ ପ୍ରକାଶି ଆସ ଧରା ଧାମେ ମନାସେ
ସୁନ୍ଦର ପୃଥିବୀ ତୁମ ଆଗମନୀ ବାର୍ତ୍ତା ଉଚ୍ଚ୍ୱାସେ ।