STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ବିଜୟ ମହାନ୍ତି: ଶ୍ରଦ୍ଧାଞ୍ଜଳି

ବିଜୟ ମହାନ୍ତି: ଶ୍ରଦ୍ଧାଞ୍ଜଳି

1 min
48

ମହାନ୍ତି ସିନା ନାହାନ୍ତି ହାରି ନାହଁ ବିଜୟ

ବିଜୟ ତୁମର  ଯାତରା ପଥରେ

    ପରାଜୟ ଲେଖା ନାହିଁ

ମହାନ୍ତି ଅଛନ୍ତି   ନାହାନ୍ତି ସେଥିରେ

    ଯାଏ ଆସେ କିଛି ନାହିଁ।

   କେନ୍ଦ୍ରାପଡା ତବ ଜନ୍ମ 

   ବାରିପଦା ମାଟି ରତ୍ନ ।


ନାଗଫାସ ଗଳା ମାଳା କରି ଆସି-

   ଥିଲ ସତସ୍ତରି ମସିହାରେ

ତନ୍ଦ୍ରାସିକ୍ତ ହେଲ  ଚିଲିକା ତୀରେ ରେ 

   କି ହେବ ଶୁଆ ପୋଶିଲେ। 

   ଏଇ ତ ଆମ ସଂସାର

   ମମତା ମାଗେ ରେ ମୂଲ।


ସୁନା ପଞ୍ଜୁରି'ରେ   ଭୀଷ୍ମ ପ୍ରତିଜ୍ଞା' ସେ

     ଭାଇ ଟି ହେଲା ଭଗାରି

ଲକ୍ଷ୍ମଣ ରେଖା'ର   ଗାର ଟାଣିଦେଲ

     ଜଗା ହାତେ ପଘା ଧରି।

     ଆରତୀ' ଯେତେ ବା କରି

     ଭାଇ ହେଲା ତ ଭଗାରି।


ଜାତୀୟ ନାଟକ   ବିଦ୍ୟାଳୟ ଛାତ୍ର

    ଭୀଷ୍ମ ପିତାମହ ମତେ

ଜାତୀୟ ପୁରସ୍କାର  ଜୟଦେବ ଆଦି

    ସାଉଣ୍ଟି ଆଣିଲ କେତେ।

    ରାକ୍ଷୀ ଭିଜିଗଲା ଆଖି ଲୁହରେ

    ଚାଲିଗଲ ଛାଡି ଓଡିଶା ଝୁରେ।


ଏକମାତ୍ର କନ୍ୟା  ହାଇଦରାବାଦେ

     ହୃଦର ଚିକିତ୍ସା କରି

ଓଡିଶା ଭୂଇଁରେ    ପରାଣ ତେଜିଲ

     ଶେଷ ଇଛା ଗଲା ପୁରି।

   ପରାଜୟ ତୁମ ଜାତକେ ନାହିଁ 

   ସରଗକୁ ଗଲ ଅମର ହୋଇ।


Rate this content
Log in

Similar oriya poem from Abstract