STORYMIRROR

Pratima Panda

Abstract

3  

Pratima Panda

Abstract

ଅନ୍ତର୍ଦାହ

ଅନ୍ତର୍ଦାହ

1 min
61

ନା କେବେ ଅଭିଯୋଗ କରିଛି

ନା କିଛି ଆପତ୍ତି

ନିଜର ନିରୁଧିଷ୍ଟ ହେବାର 


ନା କାହା ପାଖେ ଗୁହାରି କରିଛି

ନା ହାତ ପତେଇଛି

ନିଜକୁ ଥରୁଟେ ହେଲେ

ଖୋଜି ଆଣିବାକୁ


ଜାଣେନା ମୁଁ କେଉଁ

ଇପ୍ସିତ ଉପାଧିର ମୋହରେ

ନା ନିଜ ଦେହରେ ନିଜେ ବୋଳିଥିବା

ପାରିବାପଣର ପଲସ୍ତରା

କ୍ଷୁର୍ଣ୍ଣ ହେବା ଭୟରେ

ମହଣ ମହଣ ମୋହକୁ

ପଣତରେ ବାନ୍ଧି

ନିଜକୁ ନିଜେ ହଜାଥାଏ


ଚୂଲୀରୁ ଉତୁରିଯାଉଥାଏ କ୍ଷୀର

 ହେଲେ କୋହକୁ

 ମୁଁ ଉତାରି ପାରେନା

ଅଗଣାରେ ଶୁଖାଲୁଗା ମୋର

ମନଭରି ବର୍ଷାରେ ଭିଜୁଥାଏ

ମୋ ମନ କିନ୍ତୁ ଶୁଷ୍କ ସାହାରାରେ

ପରିଣତ ହେଉଥାଏ


ତଥାପି ବେଳେ ବେଳେ

ବିଭୋର ହୋଇଯାଏ

ମୋ ଅନୁସନ୍ଧାନ ରେ

କିଛି କାଟୁଥାଏ

କିଛି କଟିଯାଉଥାଏ

ଆଉ କିଛି କାଟିହେଉଥାଏ

କିଛି ସିଝୁଥାଏ

କିଛି ସିଝାଉଥାଏ

ଆଉ କିଛି ସିଝିଯାଉଥାଏ

କିଛି ଉଡୁଥାଏ

କିଛି ଯୋଡୁଥାଏ

କିଛି ହଜୁଥାଏ

କିଛି ପାଉଥାଏ

କାହା ଡାକରେ

କେଉଁ ଏକ ଶବ୍ଦରେ

କେଉଁ ଏକ ଗନ୍ଧରେ

ମୁଁ ଧ୍ୟାନଭଗ୍ନକରି

ପୁଣି ମୋହମଗ୍ନ ହୁଏ

ତଥାପି ମୁଁ ହୋଇପାରେନା

ଭାଗମାପ ଠିକ୍ ଥବା

ସ୍ୱାଦଅନୁସାରେ ଲୁଣ ପଡିଥିବା

ସମସ୍ତଙ୍କର ମନପସନ୍ଦର ବ୍ୟଞ୍ଜନ ଟିଏ


Rate this content
Log in

Similar oriya poem from Abstract