Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଲୋକହସା

ଲୋକହସା

1 min
124



ରାଷ୍ଟ୍ରର ଗୌରବେ ଖୁସି ନାହୁଁ କିମ୍ପା? ଖାଉଛୁ ରାଷ୍ଟ୍ରର ଅନ୍ନ,


ରହୁଛୁ ଆରେମେ ଖୁସି ଓ ଆନନ୍ଦେ


ରାଷ୍ଟ୍ରର ବିରୋଧେ ଆମ।


ଲଜ୍ୟାଲାଗେନାହିଁ କିମ୍ପାଇ ତୋତରେ?ସାଜିଅଛୁ ଶତ୍ରୁଆମ,


ଶତ୍ରୁ ଦେଶ ସଙ୍ଗେ ମନ୍ତ୍ରଣା କାହିଁକି


କରୁଛୁ ଶତ୍ରୁତା ଆମ।


ଲୋକହସା କରୁ ଦେଶବାସୀଙ୍କୁରେ ନସହିବେ ଆଉ ଜନ,


ଆସୁଛି ସମୟ ହେବୁ ବହିଷ୍କାର


ଆସୁଛି କଠୋର ଦିନ।


ରକ୍ଷା ନକରିବେ ଶତ୍ରୁଦେଶ ତୋତେ ଅମୃତ କାଳ ଆସିଛି,


ଆତ୍ମନିର୍ଭରଟି ହେଲେରେ ଜନତା


ବୈଭବ ବିଶ୍ବେ ଗୁଞ୍ଜୁଛି।


କିପରି ଟି ନେତା କିପରି ଟି ପାର୍ଟି ଯହିଁ ପରିବାରବାଦ,


ଭ୍ରଷ୍ଟାଚାର ପାଇଁ ନିର୍ମିତ ପାର୍ଟିଟି


ଭ୍ରଷ୍ଟ ପାଇଁ ଆର୍ତ୍ତନାଦ।


ଧରା ପଡୁଛନ୍ତି ଭ୍ରଷ୍ଟାଚାରୀ ନେତା ପାର୍ଟି ତହିଁ ହାହାକାରେ,


ପରିବାର ଲାଭ ଯେଉଁଥରେ ଅଛି


ଠିଆଟି ତାଙ୍କ ସଙ୍ଗରେ।


ପରିବାର ପାଇଁ ରାଜନୀତି ତାଙ୍କ ଜନତାଙ୍କ ଚିନ୍ତା କାହିଁ,


ଜାତିବାଦ କରି ରାଜନୀତି ତାଙ୍କ


ରାଷ୍ଟ୍ର ଚିନ୍ତା ତିଳେ ନାହିଁ।


ଦେଶରେ କାହିଁକି ପରିବାରବାଦ ରାଜନୀତି କିମ୍ପା ତାଙ୍କ?


ଜାତି ଜାତି କରି କରନ୍ତି ଭ୍ରମିତ


ସମର୍ଥନ କିମ୍ପା ତାଙ୍କ?


ବିଜେପି ପାର୍ଟିକୁ ଭାଇ ଦେଖଟିରେ କାହିଁ ପରିବାରବାଦ,


ସମ୍ପୂର୍ଣ୍ଣ ରାଷ୍ଟ୍ରକୁ ଭାବୁଛି ନିଜର


ଅଟେ ଏହୁ ରାଷ୍ଟ୍ରବାଦ।


କାର୍ଯ୍ୟକର୍ତ୍ତା ଯାର ଦଳେ ସଭାପତି ପ୍ରଧାନ ଭି କାର୍ଯ୍ୟକର୍ତ୍ତା,


କାର୍ଯ୍ୟକର୍ତ୍ତା ଯାର ରାଜ୍ୟେ ମୁଖ୍ୟମନ୍ତ୍ରୀ


ଜିଲ୍ଲା ପଦେ କାର୍ଯ୍ୟକର୍ତ୍ତା।


ଜାତିବାଦ ନାହିଁ ମନ୍ତ୍ର ସମଭାବ ପରିବାରବାଦ କାହିଁ,


ରାଷ୍ଟ୍ରର ନିର୍ମାଣେ ଜାଗ୍ରତ ସର୍ବଦା


କର ସମର୍ଥନ ତହିଁ।


ପରିବାର ପାର୍ଟି କରିବେକି ଭଲ କରିବ ରାଷ୍ଟ୍ର ମଙ୍ଗଳ,


ସତ୍ତାଲାଭ ପାଇଁ ଶତ୍ରୁ ଦେଶ ସଙ୍ଗ


ହେବକି ରାଷ୍ଟ୍ର ଉଜ୍ଜ୍ୱଳ।


ତ୍ରିରଙ୍ଗା ଆମର ସର୍ବୋଚ୍ଚ ଜୀବନେ ହେଉ ସୁରକ୍ଷିତ ତାର,


ଏକତାର ଶୁତ୍ରେ ବାନ୍ଧି ହୋଇ ଯିବା


କର୍ତ୍ତବ୍ୟ ଅଟେ ଆମର।


ନୂଆ ଭାରତ ଏ ଅମୃତର କାଳ ବିଶ୍ବେ ହୁଏ ଜୟକାର,


ଆତ୍ମନିର୍ଭର ଟି ରାଷ୍ଟ୍ର ମନ୍ତ୍ର ଏବେ


ବିଶ୍ବାସରେ ଭରପୁର।


ଚିନ୍ତା କର ଥରେ ଭାବରେ କର୍ତ୍ତବ୍ୟ କର ରାଷ୍ଟ୍ରହୀତେ କାର୍ଯ୍ୟ,


ଦେଶ ଶକ୍ତିଶାଳୀ ବିଶ୍ବଗୁରୁ ହେଉ


କର ନିସ୍ବାର୍ଥରେ କାର୍ଯ୍ୟ।




Rate this content
Log in

Similar oriya poem from Abstract