STORYMIRROR

Debabrata Mishra

Abstract Inspirational Others

3  

Debabrata Mishra

Abstract Inspirational Others

ଦେଶ କଥା

ଦେଶ କଥା

1 min
185


ସ୍ୱାଧୀନତା ପାଇଛି ବୋଲି ଭାବିଭାବି

୭୫ ବର୍ଷ ବୟସ ହେଲାଣି ତଥାପି ମୋ' ଦେଶ

ନିଜେ ସ୍ୱାଧୀନରେ ହସିପାରୁନି ତ

ଅବଶ୍ୟ କାନ୍ଦିବାର ଅନେକ କାରଣ ତାର।


ତା' କୋଳରୁ ଜନ୍ମ ସିନା ମୋର

ଦେଇପାରୁନି ତାକୁ ମନଖୋଲା ହସିବାକୁ

ନିର୍ଦ୍ୱନ୍ଦ୍ୱରେ ଆନନ୍ଦର ଗୀତ ଗାଇବାର ଅଧିକାର ।


ସୁଯୋଗ ମିଳିଲେ କହୁଛି ଲେଖୁଛି

ମୋ' ଦେଶ ମହାନ ମୋ' ମାଟିର ମହତ କଥା

କେବେ ତ ପଚାରିନି ମା' ଲୋ 

ତୋର ହେଉଛି କି ମନ ବ୍ଯଥା ? 


କେବଳ ନିଜ କଥା ନିଜ ସ୍ୱାର୍ଥରେ

ଦେଶକୁ ପ୍ରଂଶସା ଅଜସ୍ର ଅବଶ୍ୟ ଆମର

କିନ୍ତୁ କ'ଣ ଏତିକିରେ ଶେଷ 

ଦେଶପ୍ରେମ ଦେଶପ୍ରୀତି ଦେଶଭକ୍ତିର ଗାଥା !


ନେତା ତା' ସ୍ୱାର୍ଥରେ ଜନତା ବି ନୁହେଁ କମ୍

ବ୍ୟକ୍ତିକୈନ୍ଦ୍ରିକ ସମାଜରେ ଗାଁ ସହରରେ

ପଡ଼ିଛି ମରୁଡ଼ି ମୂଲ୍ଯବୋଧ ଆଦର୍ଶର

ଆଉ ମୁଁ କୋଉ ଭଲ ଯେ

ସବୁ ଦେଖି ଚୁପଚାପ୍

ଖସିଯିବାର ଚେଷ୍ଟା ନା ଭଲ ନା ମନ୍ଦରେ, ।


ବଡ଼ ଅଜବ ହୋଇଯାଇଛନ୍ତି ମଣିଷଗଣ

କେବଳ ଦଳ ବଦଳୁଛି 

ତାରିଖ ବଦଳୁଛି କିନ୍ତୁ ଜନତା ? 

ଜନତା କେବେ କହିବ ମୁଁ ଦେଶର 

ଦେଶ ମୋର ଦାୟିତ୍ୱ ମୁଁ ନେବି

ଅବଶ୍ୟ ଦୋଷ ଜନତାର ନୁହେଁ 

ବ୍ଯବସ୍ଥାର, ବ୍ଯବସ୍ଥାର ଜନକ ମାନଙ୍କର

ଦେଶ ବଦଳୁଥିବା କହୁଛନ୍ତି 

ସତକଥା କିନ୍ତୁ ଏ ପରିବର୍ତ୍ତନ କୁଆଡ଼େ

ପଶ୍ଚିମର ଗନ୍ଧ ଆଡ଼େ

ଅବା ବାରୁଦର ବିଜ୍ଞାନ ଆଡ଼େ

ଯୁଦ୍ଧରୁ ଶାନ୍ତି ଆଡ଼େ ଅବା 

ଶାନ୍ତିରୁ ଯୁଦ୍ଧ ଆଡ଼େ

ତାହା ସମୟ ଜାଣେ ଈଶ୍ବର ଜାଣନ୍ତି, 


ଦେଶରେ ମୋର ରଙ୍ଗର ଲଢେଇ

ତ୍ରିରଙ୍ଗା କୁ ଦେଖି ଶିକ୍ଷା ନିଅ ହୋ

ଧର୍ମ ପ୍ରକୃତରେ କିଏ କେମିତି ପାଳୁଛି

ମୁଁ ନିଜକୁ ପ୍ରଶ୍ନ କରୁଛି 

ମୁଁ କ'ଣ କରିଛି ଦେଶପାଇଁ ମାଟି ପାଇଁ

ଉତ୍ତର ନାହିଁ ମୋ' ମୁଣ୍ଡ ତଳକୁ ତଳକ ! 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract