Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract Inspirational

3  

Ajit Kumar Raut

Abstract Inspirational

ଜ୍ଞାନର ଦିଅ ଭଣ୍ଡାର

ଜ୍ଞାନର ଦିଅ ଭଣ୍ଡାର

1 min
219



ଜୟ ଗଣେଶ ଜୟ ଗଣେଶ ଜୟ ଗଣେଶ ଦେବା,

ଅଟନ୍ତି ସେହୁତ ପୁତ୍ର ପାର୍ବତୀଙ୍କ

ପିତା ତାଙ୍କ ମହାଦେବା।


ବିଚ୍ଛିନ୍ନାଞ୍ଚଳରେ ଜନମ ମୋହର ଉତ୍କଳ ବିଚ୍ଛିନ୍ନ ଭୂମି,

ଓଡ଼ିଆରେ ପାଠ ପଞ୍ଚମ ପର୍ଯ୍ୟନ୍ତ

ଦେଇଥିଲା ମାତୃଭୂମି।


ଆଶିର୍ବାଦୁ ଦେବା ଗଜନାନଙ୍କର କବିତା କରେ ରଚନା

ମିଳୁଛି ସମ୍ମାନ ମିଳୁଛି ପ୍ରେରଣା

କରୁଛି ଦେବ ବନ୍ଦନା।


ସମ୍ପାଦକୀୟ ସ୍କୋର ଷାଠିଏ ସତୁରୀ ହୁଏ ଅଶି ପ୍ରତିଶତ,

ଶହ ପ୍ରତିଶତ ହୋଇ ନାହିଁ କେବେ

ସର୍ବଦା ମୁଁ ଚେଷ୍ଟାରତ।


ନାହିଁ ଦୁଃଖ ମନେ କର୍ତ୍ତବ୍ୟର ପଥେ ରଚନା କରେ କବିତା,

ମାତୃଭାଷା ପାଇଁ ରଚୁଛି କବିତା 

ବିଚ୍ଛିନ୍ନାଞ୍ଚଳୁ କବିତା।


ଜଗାଙ୍କ ଭକ୍ତିର କବିତା ରଚନା ମନ୍ତ୍ର କରିଅଛି ମୁହିଁ,

ନୂଆ ଭାରତର ସ୍ବପ୍ନର କବିତା 

କରୁଛି ରଚନା ମୁହିଁ।


ରାଷ୍ଟ୍ରର ଗୌରବ କବିତା ରଚନା ଜୀବନେ ମୁଖ୍ୟ ଉଦେଶ୍ୟ,

ରଚନା ମୋହର ରାଷ୍ଟ୍ର ହୀତ ପାଇଁ

ଗର୍ବିତ ହେଉ ଟି ଦେଶ।


ଆତ୍ମନିର୍ଭରଟି ହେଉ ରାଷ୍ଟ୍ର ଆମ ଗୁଞ୍ଜୁରେ ସୁନାମ ବିଶ୍ବେ,

ହେଉ ଶକ୍ତିଶାଳୀ ପବିତ୍ର ଭାରତ

ହେଉ ବିଶ୍ବଗୁରୁ ବିଶ୍ବେ।


ନଜର ଦିଅହେ ଦେବ ଏକଦନ୍ତ ଜ୍ଞାନର ସାଗର ଦେବ,

ଶବ୍ଦ କହିଦିଅ ହୃଦୟରେ ମୋର

ପ୍ରତିଶତ କର ଦେବ।


ଦିଅ ଶୁଭ ଦୃଷ୍ଟି ଅମୃତ କାଳରେ ଦେଶ ହେଉ ଶକ୍ତିଶାଳୀ,

ନୂଆ ଭାରତର ସ୍ବପ୍ନ ପୂର୍ଣ୍ଣ କର

ହେଉ ରାଷ୍ଟ୍ର ବଳଶାଳୀ।


ଗୌରବମୟ ଟି ପବିତ୍ର ଭାରତ ଗର୍ବିତ କରହେ ତାକୁ,

ଗୁଞ୍ଜୁ ବିଶ୍ବେ ନାମ ବିଶ୍ବଗୁରୁ ପରି

ଆଶିର୍ବାଦ ଦିଅ ତାକୁ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି ଦେଶବାସୀଙ୍କୁରେ ମୋର,

ସବୁ ଜ୍ଞାନେ ପୂର୍ଣ୍ଣ ହେଉରେ ଭାରତ

ଥାଉରେ ଦେବା ନଜର।




Rate this content
Log in

Similar oriya poem from Abstract