ଦହନ
ଦହନ
ସ୍ବପ୍ନ ଏବେ ରାତ୍ରିର
ନା ମଧ୍ୟ ରାତ୍ରିର
ପ୍ରାତଃ କାଳ ନା ସକାଳ ର
ସ୍ବପ୍ନ ଆସେ ଜାଗ୍ରତ ପ୍ରହରରେ
ସୁପ୍ତ ଚେତନା ସବୁ ଜାଗ୍ରତ ହୁଏ
ସ୍ବପ୍ନ ଭଳି ଉଙ୍କି ମାରେ
ଝଲସି ଉଠେ
ଫୁଲ ଭଳି ମହକିବାକୁ
ଦେଖିଥାନ୍ତି ଯଦି ସୁନେଲି ସ୍ବପ୍ନ
ସ୍ବପ୍ନ ଜାଗ୍ରତ ପ୍ରହର ରେ
ସ୍ବପ୍ନ ମୋର ଝଲସି ଉଠେ
ଲୁକାୟିତ ସ୍ବପ୍ନ ସାଇତିବାକୁ ନୁହେଁ
ହୃଦୟ ର ଗଭୀର ପ୍ରକୋଷ୍ଠରେ
ସ୍ବପ୍ନ ଏବେ ସୁନାର ଫସଲ
ସ୍ବପ୍ନ ଏବେ ଅନ୍ତରର ଦହନ
ସ୍ବପ୍ନ ହିଁ ସାର୍ଥକ ଏ ଜୀବନ ।