Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ନାହିଁ ଅଭିଯୋଗ

ନାହିଁ ଅଭିଯୋଗ

1 min
114


ନାହିଁ ତିଳେ ଅଭିଯୋଗ ତୁମ ପାଖେ ହେ ମୋର ଆରାଧ୍ୟ

ତୁମ ପାଇଁ ହିଁ ସାଧନା ତୁମେ ମୋର ଏକମାତ୍ର ସାଧ୍ୟ,

ହସ ଲୁହ ଯେତେ ମୋର ସେ ତ ସବୁ ମୋ କର୍ମ କାରଣେ

କିବା ଲାଭ ଦୋଷ ଦେଇ ତୁମେ ବି ତ ନିଜ ପାଖେ ବାଧ୍ୟ। 


ତୁମେ ଏକା ନିରପେକ୍ଷ ଆଉ ସବୁ ପକ୍ଷପାତୀ ଏଠି

ତୁମ ପଦେ ହିମ ଛାୟା ବୈଶାଖର ଜ୍ଵଳନ ସବୁଠି,

ଜୀବନର ଜଉ ଘରେ ତୁମେ ହିଁ ତ ବଞ୍ଚିବାର ରାହା

ତୁମ ବିନା ସତେ ପ୍ରଭୁ ମଉଳା ମୋ ବେଶ ପରିପାଟୀ। 


ଯହିଁ କି ଯା ସାଜେ ଭଲ ତାହା ତୁମେ ଦିଅ ସିନା ଖଞ୍ଜି

ଯାହାକୁ ଯା ଲୋଡ଼ା ତୁମେ ସେ ଦରବ ଆଣି ଦିଅ ଖୋଜି,

ମୁଁ ସିନା ଅବୁଝା ହୋଇ ଭାଙ୍ଗିପଡେ ଦୂଃଖେ ପ୍ରତିଥର

ସେ ଦୁଃଖ କଲ୍ୟାଣକାରୀ ବିଳମ୍ବରେ ପାରେ କିନ୍ତୁ ହେଜି। 


ଲୋଡ଼ା ନାହିଁ ଦସ୍ତଖତ କିମ୍ବା କେଉଁ ତୁଛା ରାଜିନାମା

ତୁମ ଦତ୍ତ ସର୍ବସ୍ବ ମୁଁ ତୁମ ପଦେ ସମ୍ପି ଦେବି ପ୍ରଭୁ,

ଯାହା ପଛେ ଦିଅ ମୋତେ ଯାହା ବି ଛଡାଇ ନିଅ 

ଏତିକି ପ୍ରାର୍ଥନା କିନ୍ତୁ ଏ ଅଧମ ତୁମର ସଦା କୃପା ଲଭୁ। 


କାହିଁକି ବା ଅଭିଯୋଗ ଫର୍ଦ୍ଦ ମେଲି ଦେବି କୁହ ତୁମ ଆଗେ

ତୁମ ସୃଷ୍ଟି ଯେଉଁ ଠାବେ ରଖ ତୁମ୍ଭେ ଯେମନ୍ତ ପ୍ରକାରେ,

ସନ୍ତୁଷ୍ଟ ରହିବି ଯେହ୍ନେ ସବୁ ଅବସ୍ଥାରେ ଦିଅ ଏହି ଶକ୍ତି

ଦିଅ ଭକ୍ତି ଯେପରି ମୁଁ ନିରନ୍ତର ତୁମ୍ଭଙ୍କୁ ହିଁ ସ୍ମରେ। 



Rate this content
Log in

Similar oriya poem from Abstract