Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ହସ୍ତରେଖା

ହସ୍ତରେଖା

1 min
152


ହୋଇପାରେ ସେ ହସ୍ତ ରେଖାରେ

ବିଧାତା ରଚି ଥାଇ ପାରେ ତୁମ ଜୀବନ ଜାତକ,

ହୋଇପାରେ ସେ ଅଙ୍କା ବଙ୍କା ରେଖାରେ

ଲେଖା ଥାଇ ପାରେ ତୁମ ଭବିଷ୍ୟର ଜ୍ୱଳନ୍ତ ସ୍ତବକ,

କିନ୍ତୁ ଭ୍ରମିତ ହୁଅନା କେବେ 

କେଉଁ ଭବିଷ୍ୟ ବକ୍ତାର ଧୁମ୍ର ଆତସବାଜିରେ

ଯେ ଆଖିକୁ ଜଳକା କରି ଇନ୍ଦ୍ରଜାଲେ ଛନ୍ଦି ଦେବ

ମସ୍ତିଷ୍କରେ ଲେଖି ଦେଇ କେଉଁ ଏକ ଆସନ୍ନ ତୋଫାନର

ଧ୍ଵଂସମୁଖି କାରୁଣ୍ୟ ସଂଳାପ। 


ଯଦି ବା ସେ ରେଖା ଲେଖା ସତ୍ୟ, ତେବେ ଜାଣ

ତୁମ କର୍ମଫଳେ ହିଁ ଅଙ୍କା ହୁଏ ତା ପ୍ରତି ବିନ୍ଦୁ ମାନ

ସମ୍ପର୍କ, ପରିସ୍ଥିତି ଓ ଯେତେ ସବୁ ଅବସ୍ଥା ବ୍ୟବସ୍ଥା

ଆଉ କିଛି ନୁହେଁ ତୁମ କାର୍ଯ୍ୟ ଓ ଚରିତ୍ରର ସ୍ଵ-ପ୍ରତିଫଳନ। 

ତେଣୁ ତୁମ ଆଜିର ଚିନ୍ତନ ଓ କର୍ମ ବ୍ୟବହାର

ଲେଖିବସେ ଆସନ୍ତା କାଲିର ଜୀବନ ଦର୍ଶନ। 


ବିବାହ କୁଣ୍ଡଳୀ ମିଶି ବର କନ୍ୟାଙ୍କର 

ତଥାପି କାହିଁକି ଆଜି ବଢିଚାଲେ ବିବାହ ବିଚ୍ଛେଦ !

ଘରେ ଘରେ କନ୍ଦଳ ଓ ଘରକଳି ବାଟରେ ଘାଟରେ

ସ୍ଵାମୀ ସ୍ତ୍ରୀ ମଧ୍ୟେ ଆଜି ସର୍ବ ସାଧାରଣେ ଲାଗୁଛି ବିବାଦ। 


ଯଦି ସେ ରେଖା ତୁମ କହୁଥାନ୍ତା ଭବିଷ୍ୟ ଚାଳିଶା

ତେବେ ସେ ହସ୍ତ ହୀନ ଲୋକଟିର ନାହିଁ ବୋଧେ ଭାଗ୍ୟ କି ଭବିଷ୍ୟ। 

ତୁଛା ସେ ଅଙ୍କା ବଙ୍କା ରେଖାର ମାୟାରେ ନା ହୋଇ ଚକିତ

କର୍ମେ ଲେଖ ଧର୍ମ ତୁମେ ଆନାୟାସେ ଲଭିବ ସନ୍ତୋଷ। 


Rate this content
Log in

Similar oriya poem from Abstract