STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନୀଳଚକ୍ର ବାନା

ନୀଳଚକ୍ର ବାନା

1 min
232


ନୀଳଚକ୍ର 

ବାନା

ଉଡୁ ଅଛି ନିତ୍ୟେ

ଜଗନ୍ନାଥଙ୍କ ଭକ୍ତିରେ।


ନୀଳଚକ୍ର 

ବାନା

ସନ୍ଦେଶ ଦେଉଛି

ପ୍ରେମ ଭକ୍ତି ଓ ଜ୍ଞାନରେ।


ନୀଳଚକ୍ର 

ବାନା

ନିସ୍ବାର୍ଥ ଭକ୍ତିର

ଗୁଞ୍ଜୁ ଅଛି ଭକ୍ତଙ୍କରେ।


ନୀଳଚକ୍ର 

ଦିଏ

ଭକ୍ତି ଗୁରୁ ମନ୍ତ୍ର

ଦାରୁବ୍ରହ୍ମଙ୍କ ଭକ୍ତିରେ।


ନୀଳଚକ୍ର 

ଦିଏ

ଭକ୍ତି ସମର୍ପଣ

ବାନା ଉଡେ ନିରନ୍ତରେ।


ନୀଳଚକ୍ର 

ପରା

ପ୍ରଭୁଙ୍କର ବାନା

ଜନଜନଙ୍କ ସେବାରେ।


ନୀଳଚକ୍ର

ଉଡେ

ଠାକୁର ମନ୍ଦିରେ

କାଳିଆ ରାବ୍ ସେଠାରେ।


ନୀଳଚକ୍ର 

ମହେ

ଭକ୍ତଙ୍କ ହୃଦୟ

ଦୟାନିଧିଙ୍କ ଭକ୍ତିରେ।


ନୀଳଚକ୍ର

ଦିଏ

କରୁଣାର ମନ୍ତ୍ର

ରାଷ୍ଟ୍ରର ହିଁ ନିର୍ମାଣରେ।


ନୀଳଚକ୍ର

ମନ୍ତ୍ର

ଜଗନ୍ନାଥ ଭକ୍ତି

କଳିଯୁଗୁ ତରିବାରେ।


ନୀଳଚକ୍ର

ପ୍ରେମ

କାଳିଆର ପ୍ରେମ

ଶ୍ରଦ୍ଧା ଓ ପ୍ରେମ ଭକ୍ତିରେ।


ନୀଳଚକ୍ର 

ବାନା

ମୁକ୍ତିର ସନ୍ଦେଶ

ବୈକୁଣ୍ଠର ହିଁ ପ୍ରାପ୍ତିରେ।


ନୀଳଚକ୍ର

ଉଡେ

ପ୍ରଭୁଙ୍କ ପୂଜନେ

ଦୁଃଖୀ ଅଶ୍ରୁ ପଛିବାରେ।


ନୀଳଚକ୍ର

ପରା

ଭକ୍ତେ ଜ୍ଞାନ ଦିଏ

ପ୍ରଭୁ ଚରଣ ପ୍ରାପ୍ତିରେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract