STORYMIRROR

Bishwaranjan Tripathy

Abstract Inspirational Others

3  

Bishwaranjan Tripathy

Abstract Inspirational Others

ମୋ ଗାଁ

ମୋ ଗାଁ

1 min
45



ମୋ ଗାଁ ମୋ ମାଟି ଅଟେ ଅତିବ ସୁନ୍ଦର,

ଆହା କି ରୂପ ତାର ଅଟେ ମନୋହର।

ତାର ରୁପ ଅଟେ ପରା ଅମୂଲ ମୂଲ,

ସେହି ରୂପ ସଙ୍ଗେ କେହି ନୁହେଁ ସମତୁଲ।

ଗାଈଗୋଠ ବେଳେ ସେହି ଗୌଡ଼ ଟୋକାର ଡାକ,

ଜାନୁ ଘଣ୍ଟିଆର ସେହି କଣ୍ଠ ଫଟା ଗୀତ।

ବୀଣା, ଖଞ୍ଜଣି, ଖୋଳ ପୁଣି କେନ୍ଦରାର ସ୍ୱର,

ଦଣ୍ଡନାଚ ସାଥେ ଥାଏ ଖୁସିର ସମ୍ଭାର।

ଭାଦ୍ର ମାସେ କୁଆଁରୀଙ୍କ ଭାଲୁକୁଣୀ ଓଷା,

ମାର୍ଗଶିର ମାସେ ପୁଣି ହୁଏ ମାଣବସା।

ଜହ୍ନି ଓଷା ପରେ ହୁଏ ରାଇଦାମୋଦର ଓଷା,

କୁଆଁରୀରୁ ବୁଢ଼ୀ ସର୍ବେ ପୂଜନ୍ତି ଗାଇ ଘୋଷା।

ଚାଷୀ ଯାଏ ହଳ ଧରି, ହୁରରରର ଡାକ ଛାଡି,

ହଳସାଥେ କେତେ ଢଗ ସବୁ ତାର ଯାଏ ମନେ ପଡି।

ଲୁଣ ଆମ୍ବୁଲ ସାଥେ ଚାଷୀ ଖାଏ ପଖାଳ କଂସା,

ବିନା ପଖାଳରେ ଚାଷୀର ଉଡ଼ିଯାଏ ହଂସା।

ଗାଁ ମୁଣ୍ଡ ବରଗଛ ତଳେ ତାସ ସହ ପଶାପାଲି,

ଦିନେ ନଖେଳିଲେ ମନ ଅଥୟ ହୁଏ ଖାଲି।

ପଖାଳର ସାଥେ ବୋଉ ହାତ ଶାଗଭଜା ବଡ଼ିଚୁରା,

ପର୍ବପର୍ବାଣୀରେ କେତେ ପିଠା ସାଥେ ଆରିସା କାକରା।

ପୋଖରୀ ଗାଧୁଆ ସାଥେ ସେହି ମାଛ ଧରା କଥା,

ରଜରେ ସେ ଦୋଳି ଖେଳ ପୁଣି ଖିଲିପାନ ମଜା।

ଅପରାହ୍ନେ ଗାଈଗୋଠ ଗୋଧୂଳିର ଦାଣ୍ଡ,

ମଲ୍ଲି ଆଈର ଗୋବର ଗୋଟାଇବା କାଣ୍ଡ।

ସନ୍ଧ୍ୟାବେଳେ ଗାଁ ମନ୍ଦିରର ସେହି ଭଜନ କୀର୍ତ୍ତନ,

ରାତି ଟିକେ ହେଲେ ସାହି ଭାଗବତ ଟୁଙ୍ଗି ହରିନିଏ ମନ।


Rate this content
Log in

Similar oriya poem from Abstract