ଗ୍ରନ୍ଥ
ଗ୍ରନ୍ଥ


ମୁଁ ତତେ ଭଲପାଏ ଏତେ
ଦର୍ପଣକୁ ଦେଖିନାହିଁ ସେତେ
ତୁ ମୋର ଗ୍ରନ୍ଥଗୃହ ସାରଳାର୍ଥେ
ତୋ ଭିତରେ ସାରସ୍ୱତ ସମର୍ଥେ
ତୋ ସନ୍ଧାନେ ଦିନ ରାତି ବିତେ
ସାଧବ ବୋହୁ ପରି ତୋ ଭିତରେ
ହଜି ଯାଇଛି ମୁଁ ନିସ୍ଵାର୍ଥେ
ପ୍ରତିଟି ସୁନେଲି ସକାଳର ଓଁକାର
ଆରମ୍ଭ ମୋ ଦିନଚର୍ଯ୍ୟା ବିତେ
ଅମା ଅନ୍ଧାରେ ବି ମୁଁ ପାଇଯାଏ ତତେ
ନିଃଶୁଳ୍କ ସମୟର ପ୍ରତିଛବି ଗୀତେ
ତୋ ଦେହର ହସ୍ତାକ୍ଷର ଯେତେ
ସବୁ ଇସ୍ତାହାର ମୋର ସମର୍ପିତ
ଜୀବନର କରୁଣ ସମାଧାନ ରେ
କୁବେରପୁରୀ ତୁ ମୋର ସତେ
ସୁଖ ଦୁଃଖ ର ସାଥି ତୁ ଏକାନ୍ତେ ।