Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Others

3  

Anita Dash

Abstract Others

ସଂପର୍କର ଡୋର

ସଂପର୍କର ଡୋର

1 min
113


ସଂପର୍କର ଡୋର ବାନ୍ଧିଦେଲି ଭାଇ

ବିଶ୍ୱାସର ଗଣ୍ଠି ଦେଇ,

ରେଶମୀ ସୂତାରେ ସେନେହର ରଙ୍ଗ

ନେସି ହୋଇ ଝଟକଇ। [୧]

ବିଜୟ ସଂକେତ; ଚନ୍ଦନ ତିଳକ

କପାଳରେ ଦେଲି ଆଙ୍କି,

ଜୀବନ ଯୁଦ୍ଧରେ ଜିତାପଟ ହେଉ

ପରାଜୟ ଯାଉ ଶଙ୍କି। [୨]

ଅରୁଆ ଚାଉଳେ ହଳଦୀ ଛୁଆଁଇ

ଦୁବ ଦୁଇ କେରା ନେଇ,

ମଥାରେ ଥୋଇ ମୁଁ ଶୁଭ ମନାସୁଛି

କଷଣ ଯାଉ ଦୂରେଇ। [୩]

ଗୁଆଘିଅ ସାଥେ କର୍ପୁର ମିଶେଇ

ଦୀପଟିଏ ଦେଲି ଜାଳି,

ଚଲାପଥ ହୋଇ ଆଲୋକିତ,

ଦୁଃଖ ଅନ୍ଧକାର ଯାଉ ଟଳି। [୪]

ଅତି ଆଦରରେ ଥାଳିରେ ବାଢିଛି

ଖେଚୁଡି, ଖିରି, କାକରା,

ଯତନରେ ନିଜେ ତିଆରି କରିଛି

ତୁମ ପ୍ରିୟ ଦହିବରା। [୫]

ଅଳି ମୋ ଏତିକି ବାଧାବିଘ୍ନ ଭେଦି

ସଂପର୍କେ ସୁରକ୍ଷା ଦେବ,

ସେନେହ ଡୋରର ବିଶ୍ୱାସ ଗଣ୍ଠିକୁ

କେବେ ଫିଟାଇ ନ ଦେବ । [୬]

ଭାଇ ତୁମେ ମହା ଆନନ୍ଦରେ, ସୁଖ

ସଂସାରରେ ଥାଅ ରହି,

ଜଂଜାଳ ଭିତରେ ମଝିରେ ମଝିରେ

ମୋ କଥା ମନେ ପକେଇ। [୭]

ଜଗତ ଠାକୁର ଜଗନ୍ନାଥ ମୋର

ଗୁହାରି ଶୁଣିମା ହୋଇ,

ସୁଭଦ୍ରା ମା' ତୁମ ଯେମିତିକା ପ୍ରିୟ ,

ମୁଁ ଥାଏ ମୋ ଭାଇ ପାଇଁ । [୮]


Rate this content
Log in

Similar oriya poem from Abstract