STORYMIRROR

Debaki Behera

Abstract Inspirational

3  

Debaki Behera

Abstract Inspirational

ରକ୍ତଦାନ ମହତଦାନ

ରକ୍ତଦାନ ମହତଦାନ

1 min
33

ରକତ ଦାନ କରଇ ଯିଏ


ରକ୍ତଦାତା ତାଙ୍କୁ କହି,


ନିଜ ଇଚ୍ଛାରେ ଦାନ ସେ କରେ


ତା ପରି ନାହିଁ କେହି।


ନଲୋଡେ ସିଏ ଟଙ୍କା, ପଇସା


ଧନ ଆଉ ସମ୍ପତି,


ରକ୍ତଦାନ କରି ଜୀବନ ଦିଏ


ସେଇଠି ତାର ପ୍ରୀତି।


ନିଜର ଶରୀରରୁ ବିନ୍ଦୁ ବିନ୍ଦୁଏ


ଦାନ ଟି କରେ ରକ୍ତ,


ହାରେ ନାହିଁ କି ଡରେ ନାହିଁ ସେ


ହୋଇଥାଏ (ତାର) ମନ ଶକ୍ତ।


ରକ୍ତଦାତା ଟି ରକ୍ତଦାନ କରି


ହେଇଥାଏ ଯେତେ ଖୁସି,


ବାଟିଏ ସମ୍ପତି ଜୟ କରିଲେବି


ମିଳେନାହିଁ ସେଇ ଖୁସି।


ରକ୍ତଦାତା ଟିଏ ରକ୍ତଦାନ କରେ


ନବିଚାରେ ଆଗ ପଛ,


ଅନ୍ୟର ଜୀବନ ବଞ୍ଚାଇବା ତାର


 ଲକ୍ଷ୍ୟ ଆଉ ସବୁ ପଛ।


ଗୋଟିଏ ୟୁନିଟ୍ ରକ୍ତରୁ ପୁଣି


ବଞ୍ଚେତ ଜୀବନ ତିନି,


ତେଣୁ କରିବା ରକତଦାନ


ଏହି କଥାକୁତ ଗୁଣି।


ରକ୍ତଦାନ ଠାରୁ ମହତ୍ ଦାନ


ନାହିଁ ଏ ସଂସାରେ କିଛି,


କରିଥରେ ଦେଖ ରକତଦାନ


ଶାନ୍ତି ପାଇଯିବ କିଛି।



Rate this content
Log in

Similar oriya poem from Abstract