Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract Others

3  

Rama chandra Pradhan

Abstract Others

ଭଙ୍ଗା ଆଇନା

ଭଙ୍ଗା ଆଇନା

1 min
53



ଭଙ୍ଗା ଆଇନାରେ ମୁହଁ ଦେଖିବାଟା 

    ନୁହଁଇ ଶୁଭ ଲକ୍ଷଣ 

ପୁରାଣ କହୁଛି ସେ ଆଇନା କାଳେ 

   ଅଟେ ଦୁଃଖର କାରଣ l

ଭାଙ୍ଗିଗଲେ ଥରେ ଯୋଡ଼ି ସେ ହୁଏନା 

    କାଚର ଟୁକୁଡ଼ା ପରି

ସମୟ ସ୍ରୋତରେ ହୁଏ ସେ ଅଲୋଡ଼ା 

    ସ୍ମୃତିକୁ ଜାବୁଡ଼ି ଧରି l

ଆଇନାରେ ଦିଶେ ଯେତେ ମୁହଁ ସବୁ 

   ଚିରସ୍ଥାୟୀ ସେ ନୁହଁଇ  

କ୍ଷଣିକ ସମୟେ ଚେହେରା ଦେଖାଏ 

   ଆରକ୍ଷଣେ ଲିଭିଯାଇ l

ଆଇନା କଦାପି ମିଛ କୁହେ ନାହିଁ

  ସବୁବେଳେ କୁହେ ସତ 

ସଜବାଜ ବେଳେ ସଭିଙ୍କର ସିଏ 

   ଅଟଇ ମନର ମିତ l

କେବେ ମିଛ ଛବି ଦେଖାଏ ନାହିଁ ସେ 

   ସତ୍ୟର ସେ ପ୍ରତିମୂର୍ତ୍ତି 

ତଥାପି ଯେବେ ସେ ଭାଙ୍ଗିରୁଜି ଯାଏ 

  ବଦଳେନି ତା' ପ୍ରକୃତି l

ଅପଦାର୍ଥ ହୋଇ ପଡ଼ିରହି ଥାଏ 

   ନୀରବେ ବେଦନା ସହି 

ହାରି ନ ଯାଇ ସେ ବାସ୍ତବ କଥାଟି 

   ସମାଜକୁ ଯାଏ କହି l



Rate this content
Log in

Similar oriya poem from Abstract